Latest Odisha News

BREAKING NEWS

ଭୁବନେଶ୍ବରରୁ ଚିହ୍ନଟ ହେଲେ ୯୦୫ କରୋନା ଆକ୍ରାନ୍ତ

ଭୁବନେଶ୍ବର : ମହାମାରୀ କରୋନା ସଂକ୍ରମଣ ଯେତିକି ବଢୁଛି, ସେତିକି ବଢୁଛି ଲୋକଙ୍କ ଚିନ୍ତା । ତେବେ ସବଠୁ ଅଧିକ ଚିନ୍ତାର କାରଣ ପାଲଟିଛି ରାଜଧାନୀ ଭୁବନେଶ୍ବର । କାରଣ ରାଜଧାନୀ ଭୁବନେଶ୍ବରରେ କମୁନି ସଂକ୍ରମଣ । ଆଜି ଆଜି ଭୁନେଶ୍ବର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୯୦୫ ଜଣ ସଂକ୍ରମିତ । କ୍ବାରେଣ୍ଟାଇନରୁ ୧୪୫ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୭୬୦ । ସେହିପରି ଆଜି ଭୁବନେଶ୍ବରରୁ ଅଞ୍ଚଳରୁ ସୁସ୍ଥ ହୋଇଛନ୍ତି ୧୦୨୧ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।

ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ପଟିଆରୁ ସର୍ବାଧିକ ୫୩ ଜଣ ଅଛନ୍ତି । ସେହିପରି ନୟାପଲ୍ଲୀରୁ ୫୧ ଜଣ ଥିବା ବେଳେ, ଓଲ୍ଡ ଟାଉନ୍ ଓ ଖଣ୍ଡଗିରିରୁ ୩୯ ଜଣ ଲେଖାଏଁ, ବଡ଼ଗଡ଼ରୁ ୩୭, ସୁନ୍ଦରପଦାରୁ ୩୦, ଶୈଳଶ୍ରୀବିହାରରୁ ୧୯, ଚନ୍ଦ୍ରଶେଖରପୁରରୁ ୨୫, ଡୁମୁଡୁମାରୁ ୨୫, ନୀଳାଦ୍ରିବିହାରରୁ ୨୦, ଝାରପଡ଼ାରୁ ୨୧, ଲକ୍ଷ୍ମୀସାଗରରୁ ୧୯, ବରମୁଣ୍ଡାରୁ ୧୭, ଜୟଦେବବିହାରରରୁ ୧୫ ଜଣ ଅଛନ୍ତି ।

ସେହିପରି କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବରମୁଣ୍ଡାରୁ ୧୨ ଜଣ ଥିବା ବେଳେ, ନୟାପଲ୍ଲୀରୁ ୧୧, ଶୈଳଶ୍ରୀବିହାରରୁ ୧୩, ଡୁମୁଡୁମାରୁ ୧୦ ଜଣ ଆକ୍ରାନ୍ତ ଅଛନ୍ତି । ଏହାସହ ଭୁବନେଶ୍ବରର ବାକି ଅଞ୍ଚଳରୁ ମଧ୍ୟ କିଛି ସଂଖ୍ୟାରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଜିର ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ଚିହ୍ନଟ ହେଲେଣି ୬୯ ହଜାର ୯୦୨ ଜଣ ସଂକ୍ରମିତ । ଏମାନଙ୍କ ମଧ୍ୟରୁ ୫୬ ହଜାର ୮୩୧ ଜଣ ସୁସ୍ଥ ହୋଇଥିବା ବେଳେ, ୩୧୮ ଜଣଙ୍କ ଜୀବନ ନେଲାଣି ଭାଇରସ । ବାକି ୧୨ ହଜାର ୭୩୨ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.