Latest Odisha News

ବିଶ୍ୱର ଦୀର୍ଘତମ ଉଡାଣ ଭରି ଇତିହାସ ରଚିଲେ ଏୟାର୍‌ ଇଣ୍ଡିଆ ପାଇଲଟ୍‌ ଜୋୟା ଅଗ୍ରୱାଲ

ନୂଆଦିଲ୍ଲୀ: ସାନ୍ଫ୍ରାନ୍ସିସ୍କୋରୁ ବେଙ୍ଗାଲୁରୁକୁ ବିଶ୍ବର ଦୀର୍ଘତମ ଉଡାଣ ଭରି ଇତିହାସ ସୃଷ୍ଟି କରିଛନ୍ତି ଏୟାର ଇଣ୍ଡିଆ କ୍ୟାପଟେନ ଜୋୟା ଅଗ୍ରୱାଲ।

‌ପାଇଲଟ ହେବାର ସ୍ୱପ୍ନ ଏବଂ ଏହା ହାସଲ କରିବା ପାଇଁ ସେ କିପରି କାର୍ଯ୍ୟ କରିଛନ୍ତି ସେ ବିଷୟରେ ଏକ ସାକ୍ଷାତକାରରେ କହିଛନ୍ତି।

ଶ୍ରୀମତୀ ଅଗ୍ରୱାଲ୍‌ଙ୍କର ୮ ବର୍ଷ ବୟସରେ ପାଇଲଟ୍‌ ହେବାକୁ ନେଇ ସ୍ବପ୍ନ ଦେଖିବା ଆରମ୍ଭ କରିଥିଲେ।ପ୍ରାରମ୍ଭରେ, ସେ ନିଜ ପିତାମାତାଙ୍କୁ ତାଙ୍କ ସ୍ୱପ୍ନ ବିଷୟରେ କହିବାକୁ ଦ୍ୱିଧାବୋଧ କରିଥିଲେ।

ସେ ଦଶମ ଶ୍ରେଣୀ ଶେଷ କରିବା ପରେ ସେ ପାଇଲଟ୍‌ ହେବାକୁ ଚାହୁଁଥିବା କଥା ନିଜ ପିତାମତାଙ୍କୁ କହିଥିଲେ।ଏହାପରେ ପାଇଲଟ ଟ୍ରେନିଂ ପାଇଁ ଖର୍ଚ୍ଚକୁ ନେଇ ମଧ ତାଙ୍କ ପିତା ବେଶ୍‌ ଚିନ୍ତିତ ଥିଲେ। ତେବେ ଏହା ଭିତରେ ସ୍ବପ୍ନର ସତ କରିବା ପାଇଁ ଜୋୟାଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ତଥାପି ସେ ପଛକୁ ଫେରିନଥିଲେ। ଆଉ ଆଜି ସେ ବିଶ୍ବର ପ୍ରଥମ ମହିଳା ଭାବେ ଦୀର୍ଘତମ ଉଡାଣ ଭରି ଇତିହାସ ରଚିବାରେ ସଫଳ ହୋଇପାରିଛନ୍ତି।

 

Leave A Reply

Your email address will not be published.