Latest Odisha News

BREAKING NEWS

ରାଜ୍ୟରୁ ଆଉ ୯୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : ଆଜି ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୯୨ କରୋନା ଆକ୍ରାନ୍ତ । ଖୋର୍ଦ୍ଧାରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ, ସମ୍ବଲପୁରରୁ ୧୩ ଓ ସୁନ୍ଦରଗଡ଼ରୁ ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିପରି ଯାଜପୁରରୁ ୯ ଜଣ, ମୟୂରଭଞ୍ଜରୁ ୮, ବରଗଡ଼ ଓ ପୁରୀରୁ ୬ ଜଣ ଲେଖାଏଁ, ବାଲେଶ୍ବରରୁ ୫ ଜଣ, କଟକରୁ ୪, ନୂଆପଡ଼ାରୁ ୩, ଭଦ୍ରକ ଓ କଳାହାଣ୍ଡିରୁ ୨ ଜଣ ଲେଖାଏଁ, ଦେବଗଡ଼, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ନବରଙ୍ଗପୁର ଓ ରାୟଗଡ଼ାରୁ ଜଣେ ଲେଖାଏଁ ଓ ଷ୍ଟେଟ୍ ପୁଲରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହେଲେଣି ୩ ଲକ୍ଷ ୩୫ ହଜାର ୪୯୯ ଜଣ କରୋନା ଆକ୍ରାନ୍ତ ।

Leave A Reply

Your email address will not be published.