Latest Odisha News

BREAKING NEWS

ତିରଥ ସିଂହ ରାଓ୍ବତଙ୍କ ମନ୍ତ୍ରିମଣ୍ଡଳରେ ୧୧ ନୂଆ ଚେହେରା

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଆଜି ମୁଖ୍ୟମନ୍ତ୍ରୀ ତିରଥ ସିଂହ ରାଓ୍ବତ ନିଜର କ୍ୟାବିନେଟ୍‌ ବିସ୍ତାର କରିଛନ୍ତି । ନିଜ ମନ୍ତ୍ରିମଣ୍ଡଳରେ ୧୧ ଜଣ ନୂଆ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏଥିରେ ବଂଶୀଧର ଭଗତ, ସତପାଲ ମହାରାଜ, ହରକ ସିଂହ ରାଓ୍ବତ, ୟଶପାଲ ଆର୍ଯ୍ୟ, ଅରବିନ୍ଦ ପାଣ୍ଡେ, ଗଣେଶ ଯୋଶୀ, ସୁବୋଧ ଉନିୟାଲ୍‌, ଧନ ସିଂହ ରାଓ୍ବତ, ବିଶନ ସିଂହ ଚୁଫାଲ, ରେଖା ଆର୍ଯ୍ୟା ଓ ସ୍ବାମୀ ଯତିଶ୍ବରାନନ୍ଦ ସାମିଲ ହୋଇଛନ୍ତି ।

ଏହି ନୂଆ ୧୧ ଚେହେରା ସହ ପୂରୁଣା ଚେହେରା ମନ୍ତ୍ରୀ ମଣ୍ଡଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଅନ୍ୟପଟେ ତ୍ରିବେନ୍ଦ୍ର ରାଓ୍ବତଙ୍କ ସରକାରରେ ଶକ୍ତିଶାଳୀ ମନ୍ତ୍ରୀ ଥିବା ମଦନ କୈଶିଶଙ୍କୁ ବାଦ ଦିଆଯାଇଛି । ତିରଥ ସିଂହ ରାଓ୍ବତଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଅରବିନ୍ଦ ପାଣ୍ଡେ ସଂସ୍କୃତରେ ଶପଥ ଗ୍ରହଣ କରିଥିଲେ । ଅରବିନ୍ଦ ପାଣ୍ଡେ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ବତଙ୍କ କ୍ୟାବିନେଟରେ ଶିକ୍ଷା ମନ୍ତ୍ରୀ ଥିଲେ ।

Leave A Reply

Your email address will not be published.