Latest Odisha News

BREAKING NEWS

ଭଲ ଖବର, ସୁସ୍ଥ ହେଲେ ଆଉ ୯୯ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟ ପାଇଁ ଆସିଲା ଭଲ ଖବର । କରୋନାରୁ ସୁସ୍ଥ ହେଲେ ଆଉ ୯୯ ସଂକ୍ରମିତ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି ।

ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରରୁ ସର୍ବାଧିକ ୩୪ ଜଣ ଅଛନ୍ତି । ସେହିପରି ଗଂଜାମର ୧୫, ଯାଜପୁର ଏବଂ କେନ୍ଦ୍ରପଡାରୁ ୧୩ ଜଣ ଲେଖାଏଁ, ପୁରୀର ୧୦, ଭଦ୍ରକର ୯, ନୟାଗଡର ୩, ଏବଂ ସୁନ୍ଦରଗଡ ଓ ଦେବଗଡରୁ ଜଣେ ଲେଖାଏଁ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଚିକିତ୍ସା ପରେ ମୋଟ ୬୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେପଟେ ଆଜି ଗୋଟିଏ ଦିନରେ ପୁଣି ସର୍ବାଧିକ ୧୦୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮ରେ ପହଂଚିଛି ।

Leave A Reply

Your email address will not be published.