Latest Odisha News

BREAKING NEWS

ପୁଣି ବଦଳିଲା ମାଟ୍ରିକ ମୂଲ୍ୟାୟନ ନିୟମ, କାଲିଠୁ ୧୦ରୁ ୩ଟା ଯାଏଁ ଚାଲିବ ଖାତା ଦେଖା

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ । ତେବେ କରୋନା ପାଇଁ ପୁଣିଥରେ ପ୍ରଭାବିତ ହୋଇଛି ମୂଲ୍ୟାୟନ ପ୍ରକ୍ରିୟା । ପୂର୍ବ ନିର୍ଦ୍ଧାରିତ ନିୟମରେ ପରିବର୍ତ୍ତନ ଆଣିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ । ଏହି ଅନୁସାରେ ପ୍ରତିଦିନ ତିନି ପର‌୍ୟ୍ୟାୟରେ ହେବାକୁଥିବା ଖାତାଦେଖା ବ୍ୟବସ୍ଥାକୁ ବାତିଲ କରିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।

କାଲିଠୁ ସକାଳ ୧୦ଟାରୁ ଦିନ ୩ଟା ପର‌୍ୟ୍ୟନ୍ତ ଚାଲିବ ଖାତା ମୂଲ୍ୟାୟନ । ଏହି ସମୟରେ ସାମାଜିକ ଦୂରତା ଉପରେ ଦିଆୟିବ ସ୍ୱତନ୍ତ୍ର ଦୃଷ୍ଟି । ସାମାଜିକ ଦୂରତା ବଜାୟ ରଖି କମ୍ ପରୀକ୍ଷକଙ୍କ ସହାୟତାରେ ଆରମ୍ଭ ହେବ ମୂଲ୍ୟାୟନ ପ୍ରକ୍ରିୟା । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା ।

ପ୍ରଥମେ ମାର୍ଚ୍ଚ ୧୯ରୁ ଖାତାଦେଖା ଆରମ୍ଭ ହେବାର ଥିଲା । କିନ୍ତୁ କରୋନାଜନିତ ଲକ୍ ଡାଉନ୍ ପାଇଁ ମେ ୨୦ ପର‌୍ୟ୍ୟନ୍ତ ଘୁଞ୍ଚିଥିଲା ମୂଲ୍ୟାୟନ । ହେଲେ ପୁଣି ବାତ୍ୟା ଅମ୍ଫାନ ଲାଗି ମେ ୨୬ ତାରିଖକୁ ଘୁଞ୍ଚିଥିଲା ଏହି ତାରିଖ । ଆଉ ଶେଷରେ ଆସନ୍ତାକାଲିଠୁ ରାଜ୍ୟର ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ଆରମ୍ଭ ହେବ ଖାତାଦେଖା । ଆଉ ୪୫ ଦିନ ମଧ୍ୟରେ ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

Leave A Reply

Your email address will not be published.