Belpahad Municipality corruption: ବହୁଚର୍ଚ୍ଚିତ ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ଘଟଣାରେ ଆଉ ଏକ କାର୍ଯ୍ୟାନୁଷ୍ଠାନ
ଝାରସୁଗୁଡ଼ା: ବେଲପାହାଡ଼ ମ୍ୟୁନିସିପାଲିଟି ଦୁର୍ନୀତି ଘଟଣାରେ ନିଆଗଲା ଆଉ ଏକ କାର୍ଯ୍ୟାନୁଷ୍ଠାନ । ମ୍ୟୁନିସିପାଲଟିର ପୂର୍ବତନ ନିର୍ବାହୀ ଅଧିକାରୀ ତଥା ଏବେର ମୟୁରଭଞ୍ଜ ଜିଲ୍ଲା ଜାମଡା ତହସିଲଦାର ମଧୁସ୍ମିତା ସିଂଙ୍କୁ ନିଲମ୍ବିତ କରାଯାଇଛି । ସ୍ବତନ୍ତ୍ର ଅଡିଟ୍ ରିପୋର୍ଟ ଦାଖଲ ପରେ ରାଜସ୍ବ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ତେବେ ୪ କୋଟିରୁ ଅଧିକ ଟଙ୍କାର ହୋଇଥିବା ଦୁର୍ନୀତିର ତଦନ୍ତ କରୁଛି EOW । ପୂର୍ବରୁ ମାମଲାରେ ମ୍ୟୁନିସିପାଲିଟିର ଆକାଉଣ୍ଟାଣ୍ଟ ଗିରଫ ହୋଇଛନ୍ତି ।
ମଧୁସ୍ମିତା ସିଂ ସେଠାକାର ଜିଲ୍ଲାପାଳଙ୍କ ବିନା ଅନୁମତିରେ ମୁଖ୍ୟାଳୟ ଛାଡ଼ି ପାରିବେନି ବୋଲି ମଧ୍ୟ ଏହି ନିର୍ଦେଶରେ ଉଲ୍ଲେଖ ରହିଛି । ଏହା ସହିତ ତାଙ୍କ ବିରୋଧରେ ଶୃଙ୍ଖଳାଗତ ପ୍ରୋସିଡିଂ ମଧ୍ୟ ଆରମ୍ଭ କରାଯାଇଥିବା ସୂଚନା ରହିଛି ।
Comments are closed.