Latest Odisha News

BREAKING NEWS

ମେସିଙ୍କ ପରେ ପିଏସଜି ଛାଡିବେ କିଲିୟନ ଏମବାପେ

ପ୍ୟାରିସ: ଫ୍ରାନ୍ସର ଲୋକପ୍ରିୟ ଫୁଟବଲ କ୍ଲବ ପ୍ୟାରିସ ସେଂଟ ଜର୍ମାନକୁ ଆଉ ଏକ ଶକ୍ତ ଧକ୍କା ଲାଗିବାକୁ ଯାଉଛି । ଷ୍ଟାର ଖେଳାଳି ଲିଓନେଲ ମେସିଙ୍କ ପରେ ଟିମର ଅଧିନାୟକ ତଥା ଫ୍ରାନ୍ସ ଷ୍ଟାର କିଲିୟାନ ଏମବାପେ ମଧ୍ୟ ଦଳ ଛାଡିବା ପାଇଁ ନିଷ୍ପତି ନେଇଥିବା ଜଣାପଡିଛି । ଜୁନ ୨୦୨୪ ପରେ ମୁଁ ଏହି ଚୁକ୍ତି ମିଆଦକୁ ଆଉ ବୃଦ୍ଧି କରିବାକୁ ଚାହୁଁ ନାହିଁ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି । ୨୦୨୨ ସେ କ୍ଲବ ସହିତ ନୂତନ ଚୁକ୍ତି ସାଇନ କରିଥିଲେ । ୨୦୨୫ ପର୍ଯ୍ୟନ୍ତ ଟିମ ସହିତ ରହିବାକୁ ଚାହିଁଥିଲେ ଏବଂ ଆଉ ଆଗ୍ରହ ପ୍ରକାଶ କରୁ ନାହାନ୍ତି ।

ଏମବାପେଙ୍କ ଏହି ନିଷ୍ପତିରେ ପିଏସଜି ଅସନ୍ତୁଷ୍ଟ ରହିଛି । ଯଦି ସେ କ୍ଲବ ଛାଡିବାକୁ ଚାହୁଁଛନ୍ତି ତେବେ ଏହି ବର୍ଷ ଜୁନରେ ଏ ନେଇ ନିଷ୍ପତି ନେଇ ପାରିଥାନ୍ତେ । କ୍ଲବ ଫ୍ରି ଏଜେଂଟ ଭାବେ ତାଙ୍କୁ ଛାଡିବାକୁ ଚାହୁଁ ନାହିଁ । ଯଦି ସବୁ କିଛି ଠିକଠାକ ରୁହେ ତେବେ କ୍ଲବ ଜୁନରେ ଏମବାପେଙ୍କୁ ବିକ୍ରି କରିପାରିବ । ଏହି ଦୌଡରେ ରିୟଲ ମାଡ୍ରିଡ ଆଗରେ ରହିଛି । ମାଡ୍ରିଡ ଯେ କୌଣସି ମୂଲ୍ୟରେ ଏମବାପେଙ୍କୁ ନେବା ପାଇଁ ଚାହୁଁଛି ।

Leave A Reply

Your email address will not be published.