Latest Odisha News

BREAKING NEWS

ଏମିତି ଏକ ଗାଁ: ଯେଉଁଠି ସବୁ ପିଲା ଯାଆଁଳା

କେରଳ: ଡ଼ାକ୍ତରୀ ଗବେଷଣା ଅନୁସାରେ ପ୍ରତି ୧ ହଜାର ଶିଶୁଙ୍କ ମଧ୍ୟରେ ୪ଟି ଯାଆଁଳା ସନ୍ତାନ ଜନ୍ମ ହୋଇଥାନ୍ତି । ଏହା ପ୍ରକୃତିର ବୈଚିତ୍ର । ହେଲେ କେରଳରେ ଏମିତି ଏକ ଗାଁ ଅଛି ଯେଉଁଠି ପ୍ରତି ୧ ହଜାରରେ ୪୫ଟି ଯାଆଁଳା ସନ୍ତାନ ଜନ୍ମ ହୋଇଥାନ୍ତି । ଏହାର କାରଣ କ’ଣ ଓ କାହିଁକି ଏଭଳି ଯାଆଁଳା ସନ୍ତାନ ଜନ୍ମ ହେଉଛନ୍ତି, ସେନେଇ ଗବେଷଣାର ନିଷ୍କର୍ସରେ ପହଞ୍ଚିପାରୁନାହାନ୍ତି ଗବେଷକ ।

କେରଳର ମଲ୍ଲମପୁର ଜିଲା କୋଡ଼ିନ୍ନି ଗାଁ । ଏହା ଏକ ମୁସଲମାନ ବହୁଳ ଗାଁ । ଏଠାରେ ପାଖାପାଖି ୨ ହଜାରରୁ ଊର୍ଦ୍ଧ୍ୱ ଲୋକ ବସବାସ କରନ୍ତି । ଏହି ଗାଁ ଏବେ ବିଶ୍ୱରେ ଚର୍ଚ୍ଚିତ । କାରଣ ଏଠାରେ ଅଧିକାଂଶ ଯାଆଁଳା ସନ୍ତାନ ଜନ୍ମ ହୋଇଥାନ୍ତି । ଏବେ ଏହି ଗାଁରେ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଯାଆଁଳା ସନ୍ତାନ ଅଛନ୍ତି । ଏମାନଙ୍କ ମଧ୍ୟରେ ରହିଛନ୍ତି ନବଜାତ ଶିଶୁଙ୍କଠାରୁ ଆରମ୍ଭ କରି ୬୫ ବର୍ଷୀୟ ବୃଦ୍ଧ ପର୍ଯ୍ୟନ୍ତ । ତେଣୁ ସ୍କୁଲ, କଲେଜ, ବ୍ୟବସାୟସ୍ଥଳୀ ସବୁଠି ଯାଆଁଳାଙ୍କୁ ଦେଖିବାକୁ ମିଳେ ।
ଏକ ଗବେଷଣାରୁ ଜଣାଯାଇଛି, ପ୍ରତି ୧ ହଜାର ଶିଶୁଙ୍କ ମଧ୍ୟରେ ୪ ଯାଆଁଳା ସନ୍ତାନ ଜନ୍ମ ନିଅନ୍ତି । ହେଲେ କେରଳର କୋଡ଼ିନ୍ନି ଗାଁ ଏହାର ଏକ ବ୍ୟତିକ୍ରମ । ଏଠାରେ ପ୍ରତି ୧ ହଜାରରେ ୪୫ ଯାଆଁଳା ସନ୍ତାନ ଜନ୍ମ ନେଉଛନ୍ତି । ୨୦୦୮ରେ ଏଠାରେ ଜନ୍ମ ନେଇଥିବା ୩ ଶହ ପିଲାଙ୍କ ମଧ୍ୟରେ ୧୫ ଥିଲେ ଯାଆଁଳା । କିଛି ବର୍ଷ ହେବ ଏହି ଗାଁରେ ଯାଆଁଳା ସନ୍ତାନ ଜନ୍ମ ହେବା ସହିତ ଏକକାଳୀନ ୩ ସନ୍ତାନ ମଧ୍ୟ ଜନ୍ମ ନେଉଛନ୍ତି । ଦୀର୍ଘ ୭୦ ବର୍ଷ ହେଲାଣି ଏପରି ଯାଆଁଳା ସନ୍ତାନ ଜନ୍ମ ହେଉଛନ୍ତି ଏହି ଗାଁରେ ।

Leave A Reply

Your email address will not be published.