ଲମତାପୁଟ: ଜଲାପୁଟ ଜଳଭଣ୍ଡାରରୁ ମିଳିଲା ଆଉ ଜଣଙ୍କ ମୃତଦେହ । ଗତକାଲି ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଆଉ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୩ ଦିନ ପରେ ଅଗ୍ନିଶମ ଓ ଓଡ୍ରାଫ୍ ଟିମ୍ ଦ୍ବାରା ମୃତଦେହ ଉଦ୍ଧାର କରାଯାଇଛି । ନିଖୋଜ ଦୁଇ ନାବାଳକ ଶିବ ହନ୍ତାଳ ଏବଂ ଅମିତ ହନ୍ତାଳ । ଗତକାଲି ଶିବ ହନ୍ତାଳଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅମିତ ହନ୍ତାଳଙ୍କ ମୃତଦେହ ମିଳିଛି ।
ସୂଚନା ଅନୁସାରେ, ଗତ ଫେବୃଆରୀ ୨ ତାରିଖରେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଜଲାପୁଟ ଜଳଭଣ୍ଡାରରେ ଗୋଟିଏ ଦେଶୀ ଡଙ୍ଗା ଭାରସାମ୍ୟ ହରାଇ ବୁଡ଼ିଯାଇଥିଲା । ଡଙ୍ଗାରେ ୩ଜଣ ନବମ ଶ୍ରେଣୀ ଛାତ୍ର ଫଟୋ ଉଠାଉଥିବା ବେଳେ ଡଙ୍ଗାଟି ଓଲଟି ପଡିଥିଲା । ଫଳରେ ୩ଜଣ ଛାତ୍ର ଭାସିଯାଇଥିଲେ । ମାତ୍ର ଜଣେ ଛାତ୍ର ପହଁରି ପହଁରି କୂଳକୁ ଫେରିଆସିଥିଲେ ମଧ୍ୟ ଅନ୍ୟ ଦୁଇଜଣ ଛାତ୍ରଙ୍କ ପତ୍ତା ମିଳୁନଥିଲା । ଗତକାଲି ଜଣେ ଛାତ୍ରଙ୍କର ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଆଜି ଆଉ ଜଣେ ଛାତ୍ରଙ୍କର ମୃତ ଦେହ ଉଦ୍ଧାର କରାଯାଇଛି ।
Comments are closed.