ନୂଆଦିଲ୍ଲୀ: ପୁଣି ଥରିଲା ପଡୋଶୀ ଦେଶ ନେପାଳ । ଗତକାଲି ପଶ୍ଚିମ ନେପାଳର ଦୈଲେଖ ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରହିଥିବା ନେଇ ସୂଚନା ମିଳିଛି । ଏନେଇ ଜାତୀୟ ଭୂକମ୍ପ ବିକ୍ଷାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ତେବେ ଭୂକମ୍ପରେ କୌଣସି ଧନ ଜୀବନ କ୍ଷୟକ୍ଷତିର ସୂଚନା ମିଳିନାହିଁ ।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ସ୍ଥାନୀୟ ସମୟ ଅନୁସାରେ ଗତକାଲି ସଂନ୍ଧ୍ୟା ୫.୨୦ ମିନିଟରେ ୪.୪ ତୀବ୍ରତାରେ ଥରି ଥିଲା ନେପାଳ । ଏହି ଭୂକମ୍ପର କେନ୍ଦ୍ରସ୍ଥଳୀ ଦୈଲେଖ ଜିଲ୍ଲାର ତୋଲିଜୈସି ଥିଲା । ଫଳରେ ପଡ଼ୋଶୀ ଜିଲ୍ଲା ଆଛାମ, କାଲିକୋଟ ଏବଂ ସୁର୍ଖେତରେ ମଧ୍ୟ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା।
ଭୂମିକମ୍ପ ଅନୁଭୁତ ହେବା ପରେ ଲୋକମାନେ ଭୟରେ ଘରୁ ବାହାରକୁ ବାହାରି ଆସିଥିଲେ। ତେବେ ସୋସିଆଲ ମିଡିଆରେ ଭୂକମ୍ପର ଅନେକ ଭିଡିଓ ସେୟାର ହେବାରେ ଲାଗିଛି । କିନ୍ତୁ ଏହି ଭିଡିଓ ଏବେକାର କି ନାହିଁ ସେନେଇ କୌଣସି ସଠିକ୍ ସୂଚନା ମିଳିନାହିଁ । ଭୂକମ୍ପ ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଥିବା ବେଳେ ପରିସ୍ଥିତି ଏବେ ସ୍ୱାଭାବିକ ଥିବା ନେଇ ସୂଚନା ଦେଇଛି ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ।
ସୂଚନାଯୋଗ୍ୟ, ଗତ ଜାନୁୟାରୀ ୭ରେ ସକାଳୁ ସକାଳି ନେପାଳ ଓ ତିବ୍ଦତ ସୀମାରେ ଭୟଙ୍କର ଭୂମିକମ୍ପ ଝଟ୍କା ଅନୁଭୁତ ହୋଇଥିଲା । ଭୁକମ୍ପରେ ଶତାଧିକ ଜୀବନ ହାନି ହୋଇଥିଲା। ଭୂମିକମ୍ପ ଏତେ ଭୟଙ୍କର ଥିଲା ଯେ, ଯାହାର ପ୍ରଭାବ ଭାରତର ୩ ରାଜ୍ୟରେ ପଡିଥିଲା । ଏହି ଭୂମିକମ୍ପର ପ୍ରଭାବ ନେପାଳ, ଭୁଟାନ ସମେତ ଭାରତର ବିହାର, ସିକ୍କିମ୍, ଆସାମ ଓ ଉତ୍ତର ପଶ୍ଚିମବଙ୍ଗ ଅଞ୍ଚଳରେ ବି ଅନୁଭୂତ ହୋଇଥିଲା । ଭୟଙ୍କର ଭୂମିକମ୍ପର କେନ୍ଦ୍ରସ୍ଥଳ ନେପାଳର ଲୋବୁଚେ ଥିବା ବେଳେ ରକ୍ଟର ସ୍କେଲରେ ଏହାର ତୀବ୍ରତ ୭.୧ ରେକର୍ଡ ହୋଇଥିଲା ।
Comments are closed.