Latest Odisha News

BREAKING NEWS

ପୁଣି ଆଉ ଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ, ପରିବାର ଲୋକଙ୍କ ରାସ୍ତାରୋକ

ଗଞ୍ଜାମ: ପୁଣି ଜଣେ କରୋନା ଯୋଦ୍ଧାଙ୍କ ଗଲା ଜୀବନ । ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗାଁରେ କ୍ୱାରେଣ୍ଟାଇନ କେନ୍ଦ୍ରରେ କାର୍ୟ୍ୟରତ ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ମୃତ୍ୟୁ ହୋଇଛି । ସେ କିଛି ଦିନ ହେବ ଜ୍ୱର, ଥଣ୍ଡା, କାଶରେ ପିଡ଼ୀତ ଥିଲେ । ତଥାପି ମଧ୍ୟ କ୍ୱାରେଣ୍ଟାଇନ କେନ୍ଦ୍ରରେ ସେ କାର୍ଯ୍ୟ  କରୁଥିଲେ । ଆଜି ସେ ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ସମ୍ପର୍କୀୟମାନେ ବୁଗୁଡ଼ା ମେଡ଼ିକାଲକୁ ନେଇ ଯାଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ମୃତ୍ୟୁ ପ୍ରତିବାଦରେ ସମ୍ପର୍କୀୟମାନେ ତାଙ୍କ ମୃତ ଦେହକୁ ବୁଗୁଡ଼ା ମୁଖ୍ୟ ରାସ୍ତାରେ ରଖି ପ୍ରତିବାଦ କରିଥିଲେ । ଏପରିକି କରୋନା ଯୋଦ୍ଧା ଭାବେ ନିଜ ଅଞ୍ଚଳରେ କାର୍ଯ୍ୟ କରୁଥିବା  ଅଙ୍ଗନବାଡ଼ି ତାଙ୍କର ସ୍ବାବ୍ ଟେଷ୍ଟ ପାଇଁ ବହୁବାର ସ୍ଥାନୀୟ ପ୍ରଶାସନ ପାଖରେ ଗୁହାରୀ କରାଯାଇଥିଲେ ମଧ୍ୟ ଟେଷ୍ଟ ହୋଇନଥିବା ଅଭିଯୋଗ ଆଣିଛନ୍ତି ପରିବାର ସଦସ୍ୟ । ପରେ ବୁଗୁଡା ଥାନା ଅଧିକାରୀ ଓ ସ୍ଥାନୀୟ ପ୍ରଶାସନ  ଘଟଣା ସ୍ଥଳରେ ପହଞ୍ଚି ମୃତକ ପରିବାରକୁ ବୁଝାସୁଝା କରିବା ସହ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେବା ପରେ  ପ୍ରତିବାଦ ହଟିଥିଲା ।

Leave A Reply

Your email address will not be published.