Latest Odisha News

BREAKING NEWS

ଯୁଦ୍ଧ ପ୍ରସ୍ତୁତିରେ ଚୀନ; ଭିଡ଼ିଓ ଜାରି କଲା ଗ୍ଲୋବାଲ୍ ଟାଇମ୍ସ !

ବେଜିଂ: କରୋନା ମହାମାରୀ ଚୀନ ଲାବୋରେଟୋରୀରେ ସୃଷ୍ଟି ହୋଇଥିବା ନେଇ ଆମେରେକୀୟ ରାଷ୍ଟ୍ରପତି ଯେଉଁଦିନ ଠାରୁ ଘୋଷଣା କରିଥିଲେ ସେହିଦିନଠାରୁ ଚୀନ ରକ୍ତମୁଖା ପାଲଟି ଯାଇଛି । ଭାରତୀୟ ମହାସାଗର ହେଉକି ଚୀନ ସାଗର ଅରୁଣାଚଳ ପ୍ରଦେଶ ହେଉ କି ତାଇୱାନ ଚୀନ ତାହାର ସାମରିକ ଶକ୍ତି ଉପଯୋଗ କରି ନିଜର ବାହୁବଳ ଦେଖାଇବାକୁ ଚାହୁଁଛି । ଚୀନ ନିକଟରେ ଭାରତର ଲଦାଖସ୍ଥିତ ଗଲୱାନ ଉପତ୍ୟକାରେ ଅଚାନକ ଆକ୍ରମଣ କରିବା ଫଳରେ ୨୦ ଭାରତୀୟ ଯବାନ ସହିଦ ହୋଇଥିଲେ । ଅପରପକ୍ଷରେ ୪୦ରୁ ଅଧିକ ଚୀନ୍ ସୈନିକଙ୍କୁ ନିପାତ କରିଥିଲେ ବୀର ଭାରତୀୟ ଯବାନ । ଚୀନ ଏବେ ଏକପ୍ରକାର ଏକ ଘରିକିଆ ହୋଇପଡ଼ିବା ଫଳରେ ବିଶ୍ୱବାସୀଙ୍କୁ ତା’ର ଶକ୍ତି ପ୍ରଦର୍ଶନ କରି ଡରାଇବାକୁ ଚାହୁଁଛି । ଭାରତକୁ ଯୁଦ୍ଧର ଧମକ ଦେଖାଇ ଡରାଇବାକୁ ଚାହୁଁଛି ଚୀନ ।

ଚୀନର ସରକାରୀ ତଥା ଅଗ୍ରଣୀ ଗଣମାଧ୍ୟମ ‘ଗ୍ଲୋବାଲ୍ ଟାଇମ୍ସ’ରେ ଚୀନା ସୈନିକମାନେ କିପରି ଯୁଦ୍ଧ ପ୍ରସ୍ତୁତି କରୁଛନ୍ତି ସେନେଇ ଏକ ଭିଡ଼ିଓ ଜାରି ହୋଇଛି । ଏହି ଭିଡ଼ିଓ ମାଧ୍ୟମରେ ଚୀନ ଭାରତ ସମେତ ଜାପାନ ଏବଂ ଆମେରିକାକୁ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରିବା ସହିତ ଡରାଇବାକୁ ଚାହୁଁଛି ବୋଲି କେତେକ ସାମରିକ ବିଶାରଦ କହିଛନ୍ତି ।

ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଲଦାଖ ରାଜଧାନୀ ଲେହ ଗସ୍ତରେ ଯାଇ ଭାରତୀୟ ଯବାନମାନଙ୍କୁ ଉଦବୋଧନ ଦେଇ ଉତ୍ସାହିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ସେନାକୁ ଉଦବୋଧନ ଦେବା ଛଳରେ ଚୀନକୁ କଡ୍ଡା ଶବ୍ଦରେ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଚୀନର ବିସ୍ତାରବାଦୀ ନୀତିକୁ କଠୋର ଭାଷାରେ ନାପସନ୍ଦ କରିଥିବା ବେଳେ ଭାରତରେ ଚୀନ ଦୂତାବାସ ପକ୍ଷରୁ ଚୀନ ବିସ୍ତାରବାଦ କରୁନଥିବା ସ୍ପଷ୍ଟିକରଣ ଦିଆଯାଇଛି । ମୋଦୀଙ୍କ ଏହି ଅଚାନକ ତଥା ସାହସିକ ପଦକ୍ଷେପରେ ଛାନିଆ ହୋଇଯାଇଛି ଚୀନ ।

ତରବରିଆ ଭାବେ ଭୟଭୀତ ହୋଇ ଚୀନ ଏକ ଭିଡ଼ିଓ ମାଧ୍ୟମରେ ଯୁଦ୍ଧପ୍ରସ୍ତୁତି ହେଉଥିବା ଦର୍ଶାଇଛି ।

ଏହି ଭିଡ଼ିଓଟି ଏଡ଼ିଟ୍ କରାଯାଇ ବିଶ୍ୱବାସୀଙ୍କୁ ଡରାଇବାକୁ ପ୍ରଚେଷ୍ଟା କରିଛି ଚୀନ । ଚୀନର ବିଭିନ୍ନ କ୍ଷେପଣାସ୍ତ୍ର ସମେତ ଟ୍ୟାଙ୍କ୍ ଓ ଚୀନ ସେନାବାହିନୀର ବୋମାକୁ ଏହି ଭିଡ଼ିଓରେ ପ୍ରଦର୍ଶନ କରାଯାଇଛି ।

ଚୀନ ପୂର୍ବ ଲଦାଖରେ ନିଜର ସେନାକୁ ଆଗକୁ ବଢିବାକୁ ନିର୍ଦ୍ଦେଶ ଦେବାପରେ ଭାରତୀୟ ବାୟୂସେନା ପକ୍ଷରୁ ‘ଆକାଶ’ କୁ ମୂତୟନ କରାଯାଇଥିଲା । ଭାରତୀୟ ପଦାଦିକ ବାହିନୀ ଦେଶର ସୁରକ୍ଷା ସାର୍ବଭୌମତ୍ୱକୁ ଦୃଷ୍ଟିରେ ରଖି ସୀମାନ୍ତରେ ଅଧିକ ସଜାଗ ହୋଇ ପଡ଼ିଛନ୍ତି । ଏଥିରେ ଚୀନ ଛାନିଆ ହେବା ସ୍ୱାଭାବିକ ।

କିଛିଦିନ ପୂର୍ବରୁ ଭାରତ ପକ୍ଷରୁ ପାକ୍ ଅଧିକୃତ କାଶ୍ମୀରକୁ ଦଖଲ କରିବା ନେଇ ଆଲୋଚନା ହେଉଥିଲା । ଭାରତ ପକ୍ଷରୁ ପାକିସ୍ତାନ ଓ ଚୀନକୁ ପରୋକ୍ଷ ଭାବରେ ବାରମ୍ବାର ଚେତାବନୀ ଦେବାପରେ ଚୀନ ନେପାଳ ଓ ଭୁଟାନ ରାଜନୀତିରେ ହସ୍ତକ୍ଷେପ କରି ଭାରତ ବିରୋଧରେ ଷଡ଼ଯନ୍ତ ରଚିବାକୁ ଅପଚେଷ୍ଟା କରିଥିଲା । ମାତ୍ର ଚୀନର ସମସ୍ତ ଅପଚେଷ୍ଟାକୁ ଭାରତୀୟ କୂଟନୀତିଜ୍ଞମାନେ ପଣ୍ଡ କରିଦେଇଛନ୍ତି । ଏଥିରେ ହତୋତ୍ସାହ ହୋଇପଡ଼ି ଚୀନ ଏବେ ଭାରତ, ଜାପାନ ଓ ଆମେରିକାକୁ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରିବାକୁ କୁଣ୍ଠା ପ୍ରକାଶ କରୁନାହିଁ ।

Leave A Reply

Your email address will not be published.