କଟକ: ପୁଣି ଏସସିବି ମେଡିକାଲରେ ଅଗ୍ନିକାଣ୍ଡ । ଶନିବାର ମେଡିକାଲର ପ୍ଲାଷ୍ଟିକ ସର୍ଜରି ବହିର୍ୱିଭାଗର ଲିଫ୍ଟ ସମ୍ମୁଖରେ ଥିବା ପଙ୍ଖାରୁ ନିଆଁ ବାହାରିଥିବା ଦେଖିବାକୁ ମିଳିଛି । ପଙ୍ଖାରୁ ନିଆଁ ବାହାରିବା ଦେଖି ଉକ୍ତ ବିଭାଗରେ ଥିବା ରୋଗୀ, ସମ୍ପର୍କୀୟ, ଡାକ୍ତର ଓ କର୍ମଚାରୀଙ୍କ ମାନେ ଭୟଭୀତ ହୋଇଯାଇଥିଲେ ।
ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ବିଭାଗର ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ପଙ୍ଖାରେ ସାମାନ୍ୟ ନିଆଁ ଲାଗିଥିବା ଅଗ୍ନିଶମ ବିଭାଗ ଅଧିକାରୀ ପ୍ରକାଶ କୁମାର ପରିଜା ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ଗତ ୧୫ ତାରିଖ ବିଳମ୍ୱିତ ରାତିରେ ଟ୍ରମା ଆଇସିୟୁ ଅଗ୍ନିକାଣ୍ଡରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ, ଏକାଧିକ ଆହତ ହୋଇଥିଲେ । ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣା ଏବେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିବାବେଳେ, ପୁଣି ଆଉ ଏକ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି ।