ନୂଆଦିଲ୍ଲୀ: କାନାଡାରେ ପୁଣି ହିନ୍ଦୁ ମନ୍ଦିର ଭାଙ୍ଗିଲେ ଖଲିସ୍ଥାନୀ ଆତଙ୍କୀ । ଖଲିସ୍ଥାନୀ ଚରମପନ୍ଥୀ ଲଗାତାର ଭାବେ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରିଛନ୍ତି । ଶନିବାର ବିଳମ୍ବିତ ରାତିରେ ଖଲିସ୍ଥାନୀ ସମର୍ଥକ ସରେ ସ୍ଥିତ ଏକ ମନ୍ଦିରରେ ଭଙ୍ଗାରୁଜା କରିଛନ୍ତି। ସେତିକି ନୁହେଁ, ମନ୍ଦିର ମୁଖ୍ୟଦ୍ୱାରରେ ଖଲିସ୍ତାନୀ ହରଦୀପ ସିଂ ନିଜ୍ଜରଙ୍କ ମୃତ୍ୟୁ ସମ୍ପର୍କିତ ଜନମତ ସଂଗ୍ରହ ପାଇଁ ପୋଷ୍ଟର ଲଗାଇଛନ୍ତି ।
ଅଭିଯୁକ୍ତଙ୍କର ଏହି କାରନାମା ସିସିଟିଭିରେ କଏଦ ହୋଇଛି । ଏଥିରେ ଦେଖିବାକୁ ମିଳୁଛି,ଦୁଇଜଣ ଲୋକ ମନ୍ଦିର ଆସୁଛନ୍ତି । ଦୁଇଜଣ ଯାକ ମୁହଁକୁ କପଡାରେ ଢାଙ୍କି ଥିବା ଦେଖିବାକୁ ମିଳୁଛି । ନୀଳ କପଡାର ପଗଡି ବାନ୍ଧିଥିବା ଶିଖ ମନ୍ଦିର ମୁଖ୍ୟ ଫାଟକ ନିକଟରେ ପୋଷ୍ଟର ଲଗାଇଛନ୍ତି । ଏହାପରେ ଉଭୟେ ଫେରାର ହୋଇ ଯାଇଥିଲେ ।
ସୂଚନାଥାଉ କି, ଯେଉଁ ହରଦୀପ ସିଂହ କଥା ପୋଷ୍ଟରରେ କୁହାଯାଇଛି ତାଙ୍କୁ ଜୁନ ୧୮ରେ କାନାଡାରେ ଗୁଳି କରି ହତ୍ୟା କରାଯାଇଥିଲା । ଭାରତ ସରକାର ତାଙ୍କୁ ଆତଙ୍କୀ ଘୋଷିତ କରିଥିଲେ ।ଭାରତ ସରକାର ୪୧ ଜଣ ଆତଙ୍କୀ ଲିଷ୍ଟ ଜାରି କରିଥିଲେ । ଏଥିରେ ହରଦୀପ ନିଜ୍ଜରଙ୍କ ନାମ ସାମିଲ ଥିଲା ।
ହରଦୀପ କାନାଡାରେ ଶିଖ ସଂଗଠନ ‘ଶିଖ ଫର ଜଷ୍ଟିସ ’ ସହ ଜଡିତ ଥିଲେ । ସେ ପଞ୍ଜାବର ଜଳନ୍ଧର ଜିଲ୍ଲାର ବାସିନ୍ଦା । ୨୦୨୨ରେ ଜଣେ ହିନ୍ଦୁ ପୂଜାରୀଙ୍କ ହତ୍ୟା ମାମଲାରେ ଏନଆଇଏ ହରଦୀପଙ୍କ ସଂପୃକ୍ତି ଥିବା ଜାଣିବାକୁ ପାଇଥିଲା ଏବଂ ତାଙ୍କ ନାମରେ ୧୦ ଲକ୍ଷ ଟଙ୍କର ପୁରସ୍କାର ଘୋଷଣା କରିଥିଲେ ।
Comments are closed.