Latest Odisha News

BREAKING NEWS

ଆସୁଛି ସ୍ଵାଧୀନତା ଦିବସ: ରାଜଧାନୀ ରାଜପଥରେ ମଧ୍ୟରାତ୍ରୀରେ ଚାଲିଛି ବ୍ଲକିଂଚେକିଂ

ଭୁବନେଶ୍ଵର: ସ୍ଵାଧୀନତା ଦିବସ ପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା । ଭୁବନେଶ୍ଵରର ପ୍ରତ୍ୟେକ ଛକରେ ଚାଲିଛି କଡାକଡି ଚେକିଂ । ଶନିବାର ରାତିରେ ଜୋରଦାର ଚେକିଂ ଚାଲୁଥିବା ଦେଖିବାକୁ ମିଳିଛି । ସ୍ଵାଧୀନତା ଦିବସ ଯାଏ ଏହିପରି ରାତିରେ ବ୍ଲକିଂ ଚେକିଂ ଚାଲିବ ।

ସୂଚନା ଅନୁସାରେ, କଟକ ରୋଡ଼, ନନ୍ଦନକାନନ ରୋଡ଼, ପୁରୀ ବାଇ ପାସ୍ ରୋଡ଼, ନୟାପଲ୍ଲୀ, ଏଜି ଛକ, ରାଜମହଲ, ମାଷ୍ଟରକ୍ୟାଣ୍ଟିନ, ଏୟାରପୋର୍ଟ ଛକ, ଓୟୁଏଟି, ରୂପାଲି, କଳ୍ପନା, ଗ୍ୟାରେଜ ଛକ, ଡମଣା, ସିଆରପି ଓ ଖଣ୍ଡିଗିର ଆଦି ଅଞ୍ଚଳରେ ବ୍ଲକିଂ କରାଯାଇଥିଲା। ବିଳମ୍ବିତ ରାତିରେ ରାସ୍ତାରେ ଯାଉଥିବା ଗାଡ଼ିକୁ ଅଟକାଇ ଚେକିଂ କରାଯାଇଛି। ମଦ ପିଇ ଗାଡ଼ି ଚଳାଇବା, ନିଶା କାରବାର ଓ ଅପରାଧୀଙ୍କ ଚଳପ୍ରଚଳ ଉପରେ ନଜର ରଖାଯାଇଛି। ଡିସିପି ପ୍ରତୀକ ସିଂଙ୍କ ନେତୃତ୍ବରେ ସମସ୍ତ ଅତିରିକ୍ତ ଡିସିପି ଏହାର ପରିଚାଳନା କରିଥିଲେ।

ସେଫ୍ ସିଟି ଡ୍ରାଇଭ୍ ଭୁବନେଶ୍ବର ଅଧୀନରେ ଏହି ଚେକିଂ କରାଯାଇଛି। ଦୁଇ ଚକିଆ ଯାନର ଡ୍ରାଇଭିଂ ଲାଇସେନ୍ସ ଗାଡି କାଗଜପତ୍ର, ହେଲମେଟ ଯାଞ୍ଚ କରିବା ସହିତ କେଉଁ ଉଦ୍ଦେଶ୍ୟରେ ଘରୁ ବାହାରି କୁଆଡେ ଯାଉଛନ୍ତି ଇତ୍ୟାଦି ବିଷୟୁରେ ପଚରାଉଚରା କରୁଥିଲା ପୋଲିସ । ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଚେକିଂ ଚାଲିଥିଲା । ସବୁ ଥାନାର ଆଇଆଇସି, ଜୋନ୍ ଏସିପି, ଡିସିପି, ପାଟ୍ରୋଲିଂ କରୁଥିବା ଜଣାପଡିଛି ।

Leave A Reply

Your email address will not be published.