ସୁନ୍ଦରଗଡ଼: ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ପୁଣି ଆଇଇଡି ବିସ୍ଫୋରଣ। ପୃଥକ ପୃଥକ ଦୁଇଟି ସ୍ଥାନରେ ଆଇଇଡି ବିସ୍ଫୋରଣ ହୋଇଛି। ଝାଡ଼ଖଣ୍ଡ କରମପଦା ରେଲୱେ ଷ୍ଟେସନ ନିକଟରେ ବିସ୍ଫୋରଣ ହୋଇଥିବା ବେଳେ ଓଡ଼ିଶାର କେ. ବଲାଙ୍ଗ ଥାନା ରେଞ୍ଜଡ଼ା ରେଲୱେ ଟ୍ରାକ୍ରେ ବିସ୍ଫୋରଣ ଘଟିଛି।
ସୂଚନା ଅନୁସାରେ ଗତକାଲି କରମପଦା-ରେଞ୍ଜଡ଼ା ମଝିରେ ବିସ୍ଫୋରଣ ଘଟିଥିଲା। ଆଇଇଡି ବିସ୍ଫୋରଣ ଘଟାଇ ରେଲୱେ ଟ୍ରାକ୍ ଉଡ଼ାଇଥିଲେ ମାଓବାଦୀ। ଏହି ଘଟଣାରେ ଜଣେ ରେଲୱେ କର୍ମଚାରୀଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।
ଗତକାଲିର ବିସ୍ଫୋରଣ ପରେ ବିମଳାଗଡ଼ ସେକ୍ସନ ଟ୍ରାକ୍ରେ ଟ୍ରେନ୍ ଚଳାଚଳ ବନ୍ଦ ଥିଲା। ମାଓବାଦୀଙ୍କ ପକ୍ଷରୁ ସହିଦ ସପ୍ତାହ ପାଳନ କରାଯାଉଥିବା ବେଳେ ହିଂସାକାଣ୍ଡ ଘଟାଇଛନ୍ତି। କୋଇଡାର ରକ୍ସି-ଟୋପାଡ଼ିହି ମଝିରେ ଆଇଇଡି ବିସ୍ଫୋରଣ କରି ରେଳଧାରଣା ଉଡାଇ ଦେଇଛନ୍ତି। ଏହି ଘଟଣାରେ ରେଳ କର୍ମଚାରୀ ଇଟୁଆ ଓରାମଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି। ତାଙ୍କୁ ଚିକିତ୍ସା ଲାଗି ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।
Comments are closed.