ରାଉରକେଲା: ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ। ବାଇକ୍ରେ ୨ CRPF ଯବାନ ଆସୁଥିବା ବେଳେ ବିସ୍ଫୋରଣ ହୋଇଛି। IED ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ୨ ଯବାନ। ସୂଚନା ଅନୁସାରେ ଝାଡ଼ଖଣ୍ଡର ସିଆରପିଏଫ କ୍ୟାମ୍ପରେ ମହୁମାଛି ଆକ୍ରମଣରେ ଯବାନ ଆହତ ହୋଇଥିଲେ।
ଯବାନଙ୍କୁ ଚିକିତ୍ସା ପାଇଁ ବିଶ୍ରା ଅଣାଯାଉଥିବା ବେଳେ ମାଓବାଦୀ ଟାର୍ଗେଟ କରିଥିଲେ। ସେହି ସମୟରେ ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ ହୋଇଛି। ଯବାନଙ୍କୁ ଦୁଇଟି ବାଇକରେ ଅନ୍ୟ ଯବାନ ନିକଟସ୍ଥ ବିଶ୍ରା ହସ୍ପିଟାଲକୁ ଆଣୁଥିବା ବେଳେ ଏକ ସଂକୀର୍ଣ୍ଣ ପୋଲ ନିକଟରେ ଏହି ବିସ୍ଫୋରଣ ହୋଇଥିଲା । ଏଥିରେ ଯବାନଙ୍କ କୌଣସି କ୍ଷତି ହୋଇନଥିବା ସୂଚନା ମିଳିଛି।
ନକ୍ସଲଙ୍କ ବିରୋଧରେ ଯବାନଙ୍କ ମିଳିତ କୁମ୍ବିଂ ଅପରେସନକୁ ରୋକିବା ପାଇଁ ନକ୍ସଲ ବିଭିନ୍ନ ସ୍ଥାନରେ ଲ୍ୟାଣ୍ଡମାଇନ ବିଛାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ସୁରକ୍ଷାକର୍ମୀ ସମ୍ପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରିଥିବା ସୂଚନା ମିଳିଛ। ବିସ୍ଫୋରଣ ପରେ ଝାଡ଼ଖଣ୍ଡ ପୋଲିସ ଓ CRPFଙ୍କ ସର୍ଚ୍ଚ ଅପରେସନ୍ ଜାରି ରହିଛି।
Comments are closed.