Latest Odisha News

BREAKING NEWS

କରୋନାରେ ଆଉ ଜଣେ ସାମ୍ବାଦିକ ମୃତ, ଦ୍ୱିତୀୟ ଲହରରେ ଗଲାଣି ୨୯ ଯୋଦ୍ଧାଙ୍କ ଜୀବନ

ଫୁଲବାଣୀ: ଥମୁନି କରୋନା ମୃତ୍ୟୁ ଆତଙ୍କ । ସମ୍ମୁଖ ଯୋଦ୍ଧାଙ୍କ ଜୀବନ ନେଉଛି ମହାମାରୀ । ରବିବାର ଆଉ ଜଣେ ସାମ୍ବାଦିକ କୋଭିଡ୍ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ଦୈନିକ ଖବରକାଗଜ ସର୍ବସାଧାରଣର ଫୁଲବାଣୀ ସହର ପ୍ରତିନିଧି ଆଶୁତୋଷ ବେହେରା (୪୫)ଙ୍କ ଦେହାନ୍ତ ହୋଇଛି ।

ଗତ ୨୦ ତାରିଖରେ କୋଭିଡ୍ ସଂକ୍ରମିତ ହେବା ପରେ ଆଶୁତୋଷଙ୍କୁ ଜିଲ୍ଲା କୋଭିଡ୍ ହସ୍ପିଚାଲରେ ଭର୍ତ୍ତି କରାଯାଇଥିଲା । ତେବେ ରବିବାର ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ଆଶୁତୋଷଙ୍କ ମୃତ୍ୟୁରେ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି ।

ଫୁଲବାଣୀ ତୋଟାସାହିରପେ ପରିବାର ସହ ଆଶୁତୋଷ ରହୁଥିଲେ । ସେ ପ୍ରଥମ ଡୋଜ୍ କୋଭିଡ୍ ଟିକା ମଧ୍ୟ ନେଇଥିଲେ । ତାଙ୍କ ମୃତ୍ୟୁରେ ମେଡିଆ କେୟାର୍ସର ଆବାହକ ତଥା ବରିଷ୍ଠ ସାମ୍ବାଦିକ ଭକ୍ତ ତ୍ରିପାଠୀ ମଧ୍ୟ ଶୋକ ପ୍ରକାଶ କରିଥନ୍ତି । ଆଶୁତୋଷଙ୍କୁ ମିଶାଇ କରୋନାର ଦ୍ଵିତୀୟ ଲହରରେ ରାଜ୍ୟରେ ୨୯ ଜଣ ସାମ୍ବାଦିକ ପ୍ରାଣ ହରାଇଲେଣି ।

Leave A Reply

Your email address will not be published.