Latest Odisha News

୧୯ରୁ ଆଉ ଏକ ଲଘୁଚାପ, ହୀରାକୁଦ ଡ୍ୟାମର ୩୧ଟି ଗେଟ୍ ଦେଇ ହେଉଛି ବନ୍ୟା ଜଳ ନିଷ୍କାସନ

ଭୁବନେଶ୍ୱର: ପୁଣି ଭିଜିବ ଓଡ଼ିଶା । ୧୯ ତାରିଖ ବେଳକୁ ଉତ୍ତର-ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ । ୧୮ ତାରିଖରୁ ବଢ଼ିବ ବର୍ଷାର ପରିମାଣ । ଲଘୁଚାପ ପ୍ରଭାବରେ ୨୧ ତାରିଖ ଯାଏ ବର୍ଷା ଲାଗି ରହିବା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

୧୭ ତାରିଖରେ ଝଡ଼ବର୍ଷା ନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିହଂପୁର, କଟକ, ପୁରୀ, ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୧୮ ତାରିଖରେ ପ୍ରବଳ ବର୍ଷା ନେଇ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ପୁରୀ, ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

୧୯ ଓ ୨୦ ତାରିଖରେ ବର୍ଷାର ପରିମାଣ ଆହୁରି ବଢ଼ିବ । ଏପଟେ ହୀରାକୁଦ ଡ୍ୟାମର ଜଳସ୍ତର ବଢ଼ିବା ପରେ ୩୧ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି । ପୂର୍ବରୁ ୨୬ଟି ଗେଟ୍ ଖୋଲିଥିବା ବେଳେ ଏବେ ଆଉ ୫ଟି ଗେଟ୍ ଖୋଲା ଯାଇଛ । ମୋଟ ୪୦ଟି ଗେଟ୍ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ । ହୀରାକୁଦରୁ ପାଣି ଛଡ଼ା ଯାଉଥିବା ବେଳେ ମହାନଦୀ ସହ ବୈତରଣୀ ଓ ବିଭିନ୍ନ ଶାଖା ନଦୀରେ ଜଳସ୍ତର ବଢ଼ୁଛି ।

ଅନେକ ସ୍ଥାନରେ ବିଭିନ୍ନ ନଦୀ ବିପଦ ସଂକେତ ଉପରେ ପ୍ରଭାହିତ ହେଉଛି । କିଛି ଗାଁରେ ବନ୍ୟା ଜଳ ପଶିଥିବା ବେଳେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରିଛନ୍ତି ସ୍ୱତନ୍ତ୍ର ରିଲଫି କମିଶନର । ବନ୍ୟା ସ୍ଥିତି ନିୟନ୍ତ୍ରଣ ପାଇଁ ଆଗାମୀ ୪୮ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଆବଶ୍ୟକତା ଅନୁସାରେ କର୍ମଚାରୀଙ୍କ ଛୁଟି ବାତିଲ୍ କରାଯାଇଥିବା ଏସ୍ଆରସି କହିଛନ୍ତି ।

Leave A Reply

Your email address will not be published.