Latest Odisha News

ସ୍କୁଲରେ ଶିକ୍ଷୟିତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ; ପ୍ରଧାନଶିକ୍ଷକଙ୍କୁ ଦେଲେ ଦୋଷ

ବାଲୁଗାଁ: ମଶା ମରା ଔଷଧ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସ୍କୁଲ ଶିକ୍ଷୟିତ୍ରୀ । ବାଲୁଗାଁ ସ୍ଥିତ ପଞ୍ଚୁପଲ୍ଲୀ ସୋମନାଥ ଉଚ୍ଚ ବିଦ୍ୟଳୟର ଇଂରାଜୀ ଶିକ୍ଷୟିତ୍ରୀ ସନ୍ତୋଷୀ ବେହେରା ପ୍ରଧାନ ଶିକ୍ଷକଙ୍କୁ ଦୋଷ ଦେଇ ଆତ୍ମହତ୍ୟା ପାଇଁ ଚେଷ୍ଟା କରିଛନ୍ତି ।

ଶିକ୍ଷୟିତ୍ରୀ ସନ୍ତୋଷୀ କହିଛନ୍ତି ଯେ- ପ୍ରଧାନ ଶିକ୍ଷକଙ୍କ ନିର୍ଯାତନା ସହି ପାରିଲେନି । ତାଙ୍କୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ଛୁଟି (CL) ମିଳୁନଥିଲା ।

ଗୋଟିଏ ପଟରେ ବାରମ୍ବାର ଅନୁରୋଧ ପରେ ବି ଛୁଟି ନ ମିଳିବା । ଅନ୍ୟ ପକ୍ଷରେ ରବିବାର ଏବଂ ଅନ୍ୟାନ୍ୟ ସରକାରୀ ଛୁଟି ଦିନରେ ସ୍କୁଲକୁ ଡାକୁଥିଲେ ବୋଲି ଶିକ୍ଷୟିତ୍ରୀ ସନ୍ତୋଷ ବେହେରା ଅଭିଯୋଗ କରିଛନ୍ତି ।

ମଙ୍ଗଳବାର ଅପରାହ୍ନରେ ସନ୍ତୋଷୀ ସ୍କୁଲରେ କାମ କରୁଥିବା ସମୟରେ ବିଷ ଖାଇଦେଇଥିଲେ । ହଠାତ୍ ୧ଟା ବେଳେ ବାନ୍ତି କରି ଅଚେତ୍ ହୋଇପଡ଼ିଥିଲେ। ସଙ୍ଗେସଙ୍ଗେ ଅନ୍ୟ ଶିକ୍ଷକମାନେ ବାଲୁଗାଁ ଡାକ୍ତରଖାନାରେ ସନ୍ତୋଷୀଙ୍କୁ ଭର୍ତ୍ତି କରିଥିଲେ ।

ଅବସ୍ଥା ଗୁରୁତର ହେବାରୁ ସନ୍ତୋଷୀଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ବୋଲି ଜଣାପଡ଼ିଛି । ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଧାନଶିକ୍ଷକ। ସେ କହିଛନ୍ତି ଯେ – ସେ ଛୁଟି ଦେବା ଦାୟିତ୍ୱରେ ନାହାନ୍ତି । ସନ୍ତୋଷୀ ଅନ୍ୟ କୌଣସି କାରଣ ପାଇଁ ଆତ୍ମହତ୍ୟା କରିଥିବେ ।

Leave A Reply

Your email address will not be published.