Latest Odisha News

BREAKING NEWS

ଫୁଲୁଛି ଦେବୀ ନଦୀ, ବଡ଼ବାଲିକଣିରେ ବିରାଟ ଘାଇ

ଜଗତସିଂହପୁର: ଲଗାଣ ବର୍ଷା ପରେ ହୀରାକୁଦରୁ ନିଷ୍କାସିତ ବନ୍ୟା ଜଳ ଚିନ୍ତା ବଢ଼ାଇଛି । ବିଭିନ୍ନ ଜିଲ୍ଲାରେ ପ୍ରବାହିତ ନଦୀରେ ବନ୍ୟା ଜଳ ଆସିବା ପରେ ବଢ଼ୁଛି ଜଳସ୍ତର । ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ମହାନଦୀ, ଦେବୀ ନଦୀ ସହ ପାଇକା ବିଲୁଆଖାଇ ଆଦି ନଦୀର ଜଳସ୍ତର ବୃଦ୍ଧି ପାଇଛି । ଯାହାକୁ ନେଇ ଆତଙ୍କିତ ହୋଇ ପଡ଼ିଛନ୍ତି ଜଗତସିଂହପୁର ଜିଲ୍ଲାବାସୀ । ବିଶେଷକରି ଦେବୀ ନଦୀର ବନ୍ଧରେ ବିଭିନ୍ନ ସ୍ଥାନରେ ଘଳିଆ ସୃଷ୍ଟି ହୋଇଛି ।

ଆଳି ପିଙ୍ଗଳ ନିକଟବର୍ତ୍ତୀ କୋଲର, କୋରୁଆ, ନଛିପୁର, ଶାଳଗାଁ, ତୁମ୍ବେଶ୍ଵର ଆଦି ଅଞ୍ଚଳରେ ଜଳ ସମ୍ପଦ ବିଭାଗ ପକ୍ଷରୁ ବାଲିଅଖା ପ୍ୟାକିଂ ଦିଆଯାଇଛି । ସେହିପରି ଜିଲ୍ଲାର କୁଜଙ୍ଗ ବ୍ଳକ ଜିଲାନାସି, ଶାହାଡ଼ାଡ଼ିହ, କଣିଆଡ଼ିହ,ଜୟସିଂହପୁର, କାଠକୂଟ ଆଦି ଅଞ୍ଚଳ ପାଣି ଘେର ଭିତରେ ରହିଛି । ବଡ଼ବାଲିକଣି ଠାରେ ଏକ ବିରାଟ ଘାଇ ସୃଷ୍ଟି ହେବା ପରେ ୪ରୁ ୫ଟି ଗାଁ ଜଳବନ୍ଦୀ ହୋଇ ରହିଛି ।

ହୀରାକୁଦର ଆଉ ଅଧିକ ଗେଟ୍ ଖୋଲି ଜଳ ନିଷ୍କାସନ ହେଲେ ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗୀନ ହେବା ଆଶଙ୍କା ରହିଛି । ସ୍ଥିତି ଉପରେ ନଜର ରଖି ପଦକ୍ଷେପ ନିଆଯାଉଥିବା କହିଛନ୍ତି ବିଭାଗୀୟ ଯନ୍ତ୍ରୀ । ଜିଲ୍ଲାର ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ସ୍ଥିତି ଉପରେ ନଜର ରଖିଛି ପ୍ରଶାସନ ।

Leave A Reply

Your email address will not be published.