Latest Odisha News

ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି, ୨୨ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ପ୍ରଭାବରେ ଆସନ୍ତା ୨୨ ତାରିଖରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗରେ ୨୨ରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି। ଫଳରେ ୨୪ ତାରିଖ ଯାଏ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞ ସତର୍କ କରାଇଛନ୍ତି। ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଓ ଯାଜପୁରରେ ପ୍ରବଳ ବର୍ଷା ହୋଇପାରେ।

ଆସନ୍ତା ୨୪ ଘଣ୍ଟାରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସକ୍ରିୟ ଥିବା ମୌସୁମୀ ବାୟୁ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ତେବେ ଆସନ୍ତା ୨୨ରେ ପୁଣି ଲଘୁଚାପ ସୃଷ୍ଟି ହେବ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗରେ ହେବାକୁ ଥିବା ଏହି ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାରେ ଦୁଇ ଦିନ ଭାରୀ ବର୍ଷା ହେବ।

ଗତ ୨୪ ଘଣ୍ଟାରେ ଢେଙ୍କାନାଳରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି। ଅନ୍ୟପଟେ ୨୦୨୪ ଜୁନ୍ ପହିଲାରୁ ସେପ୍ଟେମ୍ବର ୧୮ ମଧ୍ୟରେ ଋତୁକାଳୀନ ବୃଷ୍ଟିପାତ ୯୯୮.୬ ମିଲିମିଟର ହୋଇଛି। ଯାହା ସ୍ୱାଭାବିକ ବୃଷ୍ଟିପାତ ୧୦୭୬.୬ ମିଲିମିଟର ଠାରୁ କମ। ଏହି ସମୟ ମଧ୍ୟରେ ଗୋଟିଏ ଜିଲ୍ଲାରେ ଅତ୍ୟଧିକ ବର୍ଷା ହୋଇଥିବା ବେଳେ ୧୯ଟି ଜିଲ୍ଲାରେ ସାଧାରଣ ଓ ବାକି ୧୦ଟି ଜିଲ୍ଲାରେ ବର୍ଷା ପରିମାଣ କମ ରହିଛି।

Leave A Reply

Your email address will not be published.