Latest Odisha News

ତୁର୍କିରେ ପୁଣି ଭୟଙ୍କର ଭୂମିକମ୍ପ; ଏଥର ତୀବ୍ରତା ୭.୬, ମୃତ୍ୟୁ ସଂଖ୍ୟା ୧୨୦୦କୁ ବୃଦ୍ଧି

ଇସ୍ତାନବୁଲ: ସୋମବାର ସକାଳେ ହୋଇଥିବା ୭.୮ ତୀବ୍ରତାର ଭୂମିକମ୍ପ ତୁର୍କିକୁ ଛାର୍‌ଖାର କରିଦେଇଥିବା ବେଳେ ଏବେ ପୁଣି ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଛି। ଏବେ ଏବେ ହୋଇଥିବା ଭୂମିକମ୍ପର ତୀବ୍ରତା ୭.୬ ରହିଥିବା ଆକଳନ କରାଯାଇଛି।  କହରାମନମାରସ ଅଞ୍ଚରେ ଏହି ଦ୍ୱିତୀୟ ଶକ୍ତିଶାଳୀ ଭୂମିକମ୍ପ ହୋଇଛି। ସ୍ତାନୀୟସମୟ ଦିନ ୧.୨୪ରେ ଭୂମିକମ୍ପ ହୋଇଛି।

ଆଜି ସକାଳେ(ଫେବ୍ରୁଆରୀ ୬) ସିରିଆ ବର୍ଡର ନିକଟର୍ତ୍ତୀ ତୁର୍କିର ଉତ୍ତରାଞ୍ଚଳ ନୁର୍ଗଦରେ ୭.୮ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ହୋଇଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୧୨୦୦ ଟପିଯାଇଛି।  ଏବେ ବି ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି। ତୁର୍କିର ୧୦ଟି ସହରରେ  ପାଖାପାଖି ୧୭୦୦ ବିଲ୍‌ଡିଂ କ୍ଷତିଗ୍ରସ୍ତ ହୋଇଛି। ୨ ହଜାରରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ଏବେ ବି ଶତାଧିକ ଲୋକ ଭୁଶୁଡି ପଡିଥିବା କୋଠାର ଧ୍ୱଂସ ସ୍ତୁପରେ ଫସି ରହିଥିବା ସନ୍ଦେହ କରାଯାଉଛି।

ଇତିହାସରେ ସବୁଠାରୁ ବଡ ଭୂମିକମ୍ପ

ତୁର୍କି ରାଷ୍ଟ୍ରପତି ରିସିପ ତୟିପ ଏର୍ଦୋଗାନ ମୃତ୍ୟୁ ସଂଖ୍ୟା ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ଭୂମିକମ୍ପରେ ତୁର୍କିରେ ୯୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସିରିଆରେ ୩୨୬ ଜଣଙ୍କର ମୃତ୍ୟୁ ହୋଇଛି। ଏହା ଇତିହାସର ସବୁଠାରୁ ବଡ ଭୂମିକମ୍ପ ବୋଲି ତୁର୍କିଏ ସରକାର କହିଛନ୍ତି।

ତୁର୍କିର ଏଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଭଳି ବିପଦ ସମୟରେ ଭାରତ ଯଥା ସମ୍ଭଭ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ମୋଦୀ କହିଛନ୍ତି। ଏନେଇ ସେ ଟ୍ୱିଟ୍ କରି କହିଛନ୍ତି  “ ତୁର୍କିର ଭୂମିକମ୍ପ ଯୋଗୁ ଧନଜୀବନ ହାନୀ ମୋତେ ଗଭୀର ଦୁଃଖ ଦେଇଛି। ସାହସୀ ପରିବାର ପ୍ରତି ମୁଁ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଭାରତ ତୁର୍କିଏ ଲୋକଙ୍କ ସହ ଦୃଢ଼ ହୋଇ ଛିଡ଼ା ହୋଇଛି। ଏଭଳି ଏକ ବିଦଦ ସମୟରେ ଭାରତ ଯଥା ସମ୍ଭବ ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ରହିଛି।”

ପ୍ରଥମ ଭୂମିକମ୍ପରେ ମାଳତ୍ୟା ଅଞ୍ଚଳରେ ୧୩୦ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବା ବେଳେ ଦିୟାରବାକିରେ ୧୬ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ମୋଟ ୧୦ ସହରରେ ପାଖାପାଖି ୧୭୦୦ ବିଲ୍‌ଡିଂ କ୍ଷତିଗ୍ରସ୍ତ ହୋଇଛି। ସିରିଆ ବର୍ଡରରେ ହୋଇଥିବା ଏହି ଭୂମିକମ୍ପର ପ୍ରଭାବ ସାଇପ୍ରସ ଲେବାନନରେ ବି ଦେଖିବାକୁ ମିଳିଛି।

ଦକ୍ଷିଣାଞ୍ଚଳରେ ଭୂମିକମ୍ପରେ କେନ୍ଦ୍ର ସ୍ଥଳରହିଥିବା ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ବିଭାଗର ରିପୋର୍ଟ ଦେଇଛି। ସୋମବାର ସକାଳେ ଦକ୍ଷିଣ ତୁର୍କିର ଗଜିୟାଣ୍ଟେପରେ ହୋଇଥିବା ଭୂମିକମ୍ପର କେନ୍ଦ୍ରସ୍ଥଳୀ ନୁଗର୍ଦ ଠାରୁ ୨୩ କିଲୋମିଟର ଦୂରରେ ରହିଛି ଭୂମିକମ୍ପର କେନ୍ଦ୍ରସ୍ଥଳୀ ଭୂପୃଷ୍ଠରୁ ୧୭ କିଲୋମିଟର ଗଭୀରତାରେ ରହିଛି।

୧୯୯୯ ମସିହାରେ ବି ତୁର୍କିରେ ଏଭଳି ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ସେତେବେଳେ ଏଥିରେ ୧୭ ହଜାରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଭୂମିକମ୍ପର ତୀବ୍ରତା . ଥିଲା। ସେହିଭଳି ୨୦୧୧ରେ ଇସ୍ତାନବୁଲରେ ହୋଇଥିବା ଭୂମିକମ୍ପରେ ୫୦୦ରୁ ଅଧିକ ଲୋକଙ୍କର ଜୀବନ ଯାଇଥିଲା।  

 

 

Leave A Reply

Your email address will not be published.