Latest Odisha News

BREAKING NEWS

ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ: ଅଶ୍ୱୀନ-ଲିୟନଙ୍କ ମଧ୍ୟରେ ସ୍ପିନରଙ୍କ ଭୂସ୍ୱର୍ଗରେ କିଏ ସାଜିବ ନାୟକ

ନାଗପୁର: ଭାରତ-ଅଷ୍ଟ୍ରେଲିଆ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଫେବୃୟାରୀ ୯ରୁ ଆରମ୍ଭ ହୋଇଯିବ । ପ୍ରଥମ ଟେଷ୍ଟ ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯିବ । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଏହି ସିରିଜ ଜିତିବା ଜରୁରୀ ହୋଇପଡିଛି । ଭାରତୀୟ ପିଚ ସର୍ବଦା ସ୍ପିନରଙ୍କ ପାଇଁ ଭୂସ୍ୱର୍ଗ ସାଜିଛି । ଏଥର ମଧ୍ୟ ଏହାର ପୁନରାବୃତି ହେବ ବୋଲି ଆଶା କରାଯାଉଛି । ଭାରତର ରବିଚନ୍ଦ୍ରନ ଅଶ୍ୱୀନ ଓ ଅଷ୍ଟ୍ରେଲିଆର ନାଥାନ ଲିୟନଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ । ଏମାନଙ୍କ ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ନିର୍ଭର କରୁଛି । ଭାରତ-ଅଷ୍ଟ୍ରେଲିଆ ସିରିଜରେ ସର୍ବାଧିକ ୱିକେଟ ହାସଲ ନେଇ ଉଭୟ ଉଦ୍ୟମ କରିବେ । ତେବେ ଏବେ ବି ଅନୀଲ କୁମ୍ବଲେ ଏହି ତାଲିକାରେ ଶୀର୍ଷରେ ଅଛନ୍ତି ।

ସେ ୨୦ ମ୍ୟାଚରେ ୧୧ ୱିକେଟ ନେଇଛନ୍ତି । ଅପରପକ୍ଷରେ ଲିୟନ ୨୨ ମ୍ୟାଚରେ ୯୪ ଓ ଅଶ୍ୱୀନ ୧୮ ମ୍ୟାଚରେ ୮୯ ୱିକେଟ ଅକ୍ତିଆର କରିଛନ୍ତି । କୁମ୍ବଲେଙ୍କ ଏହି ରେକର୍ଡକୁ ଭାଙ୍ଗିବା ପାଇଁ ଅଶ୍ୱୀନ ୨୩ ଓ ଲିୟନଙ୍କୁ ୧୮ ୱିକେଟର ଆବଶ୍ୟକତା ରହିଛି । ଏହି ସିରିଜରେ ରବୀନ୍ଦ୍ର ଜାଡେଜା ପୁନର୍ବାର ଦଳକୁ ଫେରିଛନ୍ତି । ତାଙ୍କ ନିକଟରେ କପିଳ ଦେବଙ୍କ ରେକର୍ଡ ଭାଙ୍ଗିବା ସୁଯୋଗ ରହିିଛି । ସେ ଏହି ସିରିଜରେ ୧୭ ୱିକେଟ ହାସଲ କଲେ ଏହି କୀର୍ତିମାନ ସ୍ଥାପନ ହେବ । କପିଳ ଅଷ୍ଟ୍ରେଲିଆ ବିପକ୍ଷରେ ୨୦ ଟେଷ୍ଟରେ ୭୯ ୱିକେଟ ନେଇଥିବା ବେଳେ ଜାଡେଜା ୧୨ ଟେଷ୍ଟରେ ୬୩ ୱିକେଟ ଅକ୍ତିଆର କରିଛନ୍ତି ।

Leave A Reply

Your email address will not be published.