Latest Odisha News

BREAKING NEWS

ରାଜଧାନୀରୁ ପୁଣି ଜଣେ ଛାତ୍ର ନିଖୋଜ

ଭୁବନେଶ୍ୱର: ରାଜଧାନୀରୁ ପୁଣି ଜଣେ ଛାତ୍ର ନିଖୋଜ ।  ଛାତ୍ର ଜଣକ ରାଗି ଘରୁ କୁଆଡେ ପଳାଇଥିବା ଜଣାପଡିଛି । ଏ ନେଇ ପରିବାର ଲାେକେ ମୈତ୍ରୀ ବିହାର ଥାନାରେ ଅଭିଯୋଗ କରିଛନ୍ତି । ନିଖୋଜ ଛାତ୍ରଙ୍କ ନାଁ  ଯୋଗେଶ ବାଲାଜ । ସ୍କୁଲ ଯିବାକୁ ନେଇ ପରିବାର ଲାେକେ ଏବଂ ଶିକ୍ଷକ ତାଙ୍କୁ ଗୁରୁବାର ଗାଳି ଦେଇଥିଲେ । ଏହା ପରେ ପରେ ୧୬ ବର୍ଷର ଛାତ୍ର ନିଖୋଜ ହୋଇ ଯାଇଛନ୍ତି । ସେ ରାଗିକରି ଘର ଛାଡି ପଳାଇ ଯାଇଥିବା ଅନୁମାନ କରାଯାଉଛି ।  ପରିବାର ଲୋକେ ସବୁଆଡ ଖୋଜାଖୋଜି କରି ନିରାଶ ହୋଇ ପଡିଲେଣି ।

ସୂଚନାଥାଉ କି, ଗତ ୪ ତାରିଖରୁ  ରାଜଧାନୀରୁ ୨ ନାବାଳକ ଛାତ୍ର ସ୍କୁଲ ଯାଇ ନିଖୋଜ ହାଇ ଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରି  ନ ପାଇବା ପରେ ଚନ୍ଦକା ଥାନାର ଦ୍ୱାରସ୍ଥ  ହୋଇଥିଲେ । ପୋଲିସ ସେମାନଙ୍କୁ  ଆଜି ଟିଟିଲାଗଡରୁ ଠାବ କରିଥିଲା ପୋଲିସ । ଉଭୟଙ୍କୁ ନିଶାସକ୍ତ ଅବସ୍ଥାରେ ଉଦ୍ଧାର କରିଥିବା ପୋଲିସ କହିଛି ।

ଛାତ୍ରଦ୍ୱୟ ଉଦ୍ଧାର ହେବା ପରେ ଜଣାପଡିଥିଲା ଯେ,  ଉଉଭୟଙ୍କୁ ଅପହରଣ କରି ନିଆ ଯାଇଥିଲା । ତେବେ ଅପହର୍ତ୍ତାଙ୍କ କବଳରୁ ସେମାନେ   କୌଣସି ପ୍ରକାରେ ଖସି ଆସିଥିବା କହିଛନ୍ତି ଉଭୟ ଛାତ୍ର । ସେମାନଙ୍କୁ ଗତକାଲି ସ୍କୁଲ ପାଖରୁ ଦୁବୃର୍ତ୍ତ ଉଠେଇ ନେଇଥିବା ପୋଲିସକୁ ସୂଚନା ଦେଇଛନ୍ତି ଉଭୟ ଛାତ୍ର   ସୋନୁ କୁମାର ଓ ପୃଥ୍ୱୀରାଜ ପ୍ରଧାନ। ଉଭୟେ  ରାଜଧାନୀର ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀରେ  ପଢନ୍ତି ।

Leave A Reply

Your email address will not be published.