Latest Odisha News

BREAKING NEWS

ହାପି ବାର୍ଥ ଡ଼େ MS ଧୋନି: ଜାଣନ୍ତୁ ମାହିଙ୍କ ବିଷୟରେ କିଛି ଅଜଣା କଥା …

ମୁମ୍ବାଇ: କ୍ରିକେଟ୍ ପ୍ରେମୀଙ୍କ ଗହଣରେ ଖୁବ୍ ପରିଚିତ ମହେନ୍ଦ୍ର ସିଂହ ଧୋନୀ । ଯିଏକି ମାହି ଓ କ୍ୟାପଟେନ୍ କୁଲ୍ ନାମରେ ବି ଲୋକପ୍ରିୟ ହୋଇପାରିଛନ୍ତି । ୧୯୮୧ ମସିହା ଜୁଲାଇ ୭ ତାରିଖରେ ଜନ୍ମଗ୍ରହଣ କରିଥିବା ଧୋନୀ ଆଜି ନିଜର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ଜନ୍ମଦିନ ଅବସରରେ ମାହିଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ । ଆଉ ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଅନେକ ପୂର୍ବତନ ଖେଳାଳି ଓ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ।

ଝାଡଖଣ୍ଡ ସ୍ଥିତ ରାଞ୍ଚିର ଏକ ରାଜପୁତ ପରିବାରରେ ତାଙ୍କର ଜନ୍ମ । ଧୋନୀଙ୍କ ମା’ ଦେବକୀ ଦେବୀ ଓ ପିତା ପାନ ସିଂହ। ଛୋଟବେଳୁ ଫୁଟବଲରେ ରୁଚି ରଖୁଥିବା ଧୋନୀ ବିଶ୍ଵ କ୍ରିକେଟର ଜଣେ ପରିଚିତ ନାଁ। ଧୋନୀ ପଦ୍ମ ଭୂଷଣ, ପଦ୍ମ ଶ୍ରୀ ଓ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ଭଳି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ମହେନ୍ଦ୍ର ସିଂହ ଧୋନୀଙ୍କ କ୍ୟାପଟେନସିପରେ ଭାରତ ଆଇଆଇସିର ବିଶ୍ୱ ଟି-୨୦ (୨୦୦୭), ୱାଲ୍ଡ୍ କପ୍ (୨୦୧୧) ଓ ଆଇଆଇସି ଚାମ୍ପିଅନସିପ୍‌(୨୦୧୩) ଭଳି ୩ଟି ବଡ ଟ୍ରଫି ହାତେଇଥିଲା । ସେ ସ୍କୁଲ ଟାଇମରେ ଗୋଲ୍ କିପିଂ କରୁଥିଲେ । ଫୁଟବଲ୍ ଛଡା ଧୋନୀ ବ୍ୟାଡମିଣ୍ଟନ୍ ଖେଳିବାର ସଉକ ମଧ୍ୟ ରଖନ୍ତି । ସେ ଇଣ୍ଡିଆନ୍ ସୁପର ଲିଗ କ୍ଲବ ଚେନିଆନ୍ନର କୋ-ଓନର ରହିଛନ୍ତି ।

ଏସବୁ ଖେଳକୁ ଛାଡିଦେଲେ ଧୋନୀଙ୍କର ମୋଟର ରେସିଂ ପ୍ରତି ଦୁର୍ବଳତା ବି ରହିଛି । ସେ ମୋଟର ରେସିଂରେ ମାହି ରେସିଂ ଟିମ୍ ନାମରେ ମଧ୍ୟ ଗୋଟିଏ ଟିମ୍ କିଣିଛନ୍ତି । ହେଲିକପ୍ଟର ସଟ୍ ପାଇଁ ଚର୍ଚ୍ଚାରେ ଥିବା ଧୋନୀ ନିଜର ହେୟାର ଷ୍ଟାଇଲ୍ ପାଇଁ ବି ଖୁବ୍ ଲୋକପ୍ରିୟ ଥିଲେ । ୨୦୧୧ ମସିହାରେ ଧୋନୀଙ୍କୁ ଭାରତୀୟ ସେନାରେ ମାନଦ ଲେଫ୍ଟନାଣ୍ଟ କର୍ଣ୍ଣଲ୍ କରାଯାଇଥିଲା । ୨୦୧୫ ମସିହାରେ ସେ ଆଗ୍ରା ସ୍ଥିତ ପାରାଚ୍ୟୁଟ୍ ରେଜିମେଣ୍ଟରେ ପାରା ଜପ୍ ଲଗାଇଥିବା ପ୍ରଥମ ସ୍ପୋର୍ଟ୍ସ ପର୍ସନ ହୋଇପାରିଛନ୍ତି । କ୍ରିକେଟ୍ ଜଗତକୁ ଆସିବା ପୂର୍ବରୁ ଧୋନୀ ଭାରତୀୟ ରେଳବାଇରେ ଟିକେଟ୍ କାଟୁଥିଲେ । ଏହାଛଡା ସେ ଏୟାର ଇଣ୍ଡିଆରେ କାମ କରିବା ପରେ ଧୋନୀ ଏନ୍ ଶ୍ରୀନିବାସ କମ୍ପାନୀରେ ଜଣେ ଅଧିକାରୀ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ ।

ରେଲୱେରେ ଟିକେଟ୍ କାଟୁଥିବା ଧୋନୀ ପରବର୍ତ୍ତୀ ସମୟରେ ଭାରତୀୟ କ୍ରିକେଟ୍ ଟିମର ଅଧିନାୟକ ହୋଇ ଚହଳ ସୃଷ୍ଟି କରିଥିଲେ ।

 

Leave A Reply

Your email address will not be published.