Latest Odisha News

କୁନୋ ଜାତୀୟ ଉଦ୍ୟାନରେ ନାମିବିଆର ଚିତା ମୃତ

ଭୋପାଳ: କୁନୋ ଜାତୀୟ ଉଦ୍ୟାନରେ ମଙ୍ଗଳବାର ଦିନ ଏକ ଚିତାବାଘର ମୃତ୍ୟୁ ଘଟିଛି। ବନ ବିଭାଗର ସୂଚନା ଅନୁଯାୟୀ ​​ନାମିବିଆର ଆସିଥିବା ପୁରୁଷ ଚିତା ‘ପୱନ’ର ମୃତ୍ୟୁ ହୋଇଛି। ଏହାପୂର୍ବରୁ ଅଗଷ୍ଟ ୫ ତାରିଖରେ ଆଫ୍ରିକୀୟ ଚିତା ‘ଗାମିନୀ’ର ଏକ ପାଞ୍ଚ ମାସର ଛୁଆର ମୃତ୍ୟୁ ହୋଇଥିଲା।

କୁନୋ ଜାତୀୟ ଉଦ୍ୟାନରେ ସକାଳ ୧୦ଟା ୩୦ମି. ସମୟରେ ଏକ କେନାଲ ନିକଟରେ ‘ପୱନ’ର ମୃତଦେହ ମିଳିଥିଲା । ଏହି ଘଟଣା ସମ୍ପର୍କରେ ସୂଚନା ବନ୍ୟପ୍ରାଣୀ ବିଭାଗର ଅତିରିକ୍ତ ପ୍ରିନ୍ସିପାଲ୍ ମୁଖ୍ୟବନ ସଂରକ୍ଷକ ତଥା ସିଂହ ପ୍ରକଳ୍ପ ନିର୍ଦ୍ଦେଶକ ଉତ୍କଳ ଶର୍ମାଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ଜାରି କରାଯାଇଥିଲା।

ତେବେ ଚିତାର ଶରୀରର ଆଉ କୌଣସି ସ୍ଥାନରେ କିଛି ଆଘାତ ଚିହ୍ନ ନଥିବାରୁ ପାଣିରେ ବୁଡି ମୃତ୍ୟୁ ବରଣ କରିିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି। ତେବେ ଚିତାବାଘ ‘ପୱନ’ ମୃତ୍ୟୁର ସଠିକ କାରଣ କଣ ତାହା ଜାଣିବା ପାଇଁ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

Comments are closed.