Latest Odisha News

BREAKING NEWS

ଓଡିଶା ଉପକୂଳରୁ ପୃଥ୍ୱୀ-୨ର ସଫଳ ପରୀକ୍ଷଣ

ବାଲେଶ୍ୱର: ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତଥା ସ୍ୱଳ୍ପ ଦୂରଗାମୀ ପୃଥ୍ୱୀ-୨ ମିସାଇଲର ସଫଳ ଉତକ୍ଷେପଣ କରାଯାଇଛି ।

ଏହି ବ୍ୟାବହାରିକ ପରୀକ୍ଷଣ ଓଡିଶା ଉପକୂଳ ସ୍ଥିତ ବାଲେଶ୍ୱର ଚାନ୍ଦିପୁରର ଇଣ୍ଟିଗ୍ରେଟ୍ ଟେଷ୍ଟ ରେଞ୍ଜ(ଆଇଟିଆର୍)ର ଏକ ମୋବାଇଲ୍ ଲଞ୍ଚର ଜରିଆରେ ମଙ୍ଗଳବାର ଦିନ ରାତି ୭ଟା ୩୦ମି.ରେ କରାଯାଇଛି ।

ଏହି ମିସାଇଲର ଲକ୍ଷ୍ୟଭେଦ କ୍ଷମତା ରହିଛି ୩୫୦ କିଲୋମିଟର୍ । ଏହାବ୍ୟତିତ ନଭେମ୍ବର ୨୦ ତାରିଖରେ ଏହି ଆଧାରରେ ପୃଥ୍ୱୀ-୨ର ବ୍ୟାକ୍ ଟୁ ବ୍ୟାକ୍ ପରୀକ୍ଷଣ କରାଯାଇଥିଲା । ଏପରିକି ୨ୟ ଥର ପାଇଁ ରାତିରେ ଏହି କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷଣ ସଫଳ ହୋଇଥିବା ନେଇ ସୁତ୍ରରୁ ପ୍ରକାଶ ।

ଆହୁରି ମଧ୍ୟ ଏହି ମିସାଇଲ୍ ୫ଶହରୁ ୧ହଜାର କିଲୋଗ୍ରାମର ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି । ଏହାକୁ ୨୦୦୩ ମସିହାରେ ଭାରତୀୟ ପ୍ରତିରକ୍ଷା ବଳରେ ସାମିଲ କରାଯାଇଥିଲା ।

Leave A Reply

Your email address will not be published.