Latest Odisha News

ପି.ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ବୁଧବାର ଦିନ ସୁପ୍ରିମୋକୋର୍ଟ ଜାମିନ ପ୍ରଦାନ କରିଛନ୍ତି।

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ଚିଦାମ୍ବରମଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରାଯାଇଥିଲା ।

ନଭେମ୍ବର ୨୮ ତାରିଖରେ କୋର୍ଟ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ସୁପ୍ରିମକୋର୍ଟ ଆଜି ଇଡି ଦ୍ଵାରା ରୁଜୁ ହୋଇଥିବା ମାମଲାରେ ଶୁଣାଣି କରି ଚିଦାମ୍ବରମଙ୍କୁ ଜାମିନ ପ୍ରଦାନ କରିଥିବା ସୂଚନା ମିଳିଛି ।

ଜାମିନ ଆଦେଶ ଦେବା ବେଳେ ସୁପ୍ରିମ୍‌ କୋର୍ଟର ଖଣ୍ଡପୀଠ ଚିଦମ୍ବରମ୍‌ଙ୍କୁ ୨ ଲକ୍ଷ ଟଙ୍କାର ବେଲ୍‌ ବଣ୍ଡ୍‌ ସେତିକି ଟଙ୍କା ମୂଲ୍ୟର ୨ଟି ବ୍ୟକ୍ତିଗତ ମୁଚାଲିକା ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ବିନା ଅନୁମତିରେ ଚିଦମ୍ବରମ୍‌ ବିଦେଶକୁ ଯାଇ ପାରିବେ ନାହିଁ ବୋଲି ମଧ୍ୟ ଶୀର୍ଷ ଅଦାଲତ କହିଛନ୍ତି।

Leave A Reply

Your email address will not be published.