ପାଟଣାଗଡ଼: ପହଲଗାମ ଆକ୍ରମଣରେ ଆଉ ଜଣେ ଓଡ଼ିଆଙ୍କ ମୃତ୍ୟୁ ହୋଇଛି। ପହଲଗାମ ଆତଙ୍କୀ ଆକ୍ରମଣରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଲାଠୋର ଗାଁର ପ୍ରୟାଗ ଚାନ୍ଦ ଅଗ୍ରୱାଲଙ୍କ ସାନପୁଅ ଦିନେଶ ଅଗ୍ରୱାଲଙ୍କ ମୃତ୍ୟୁ ହୋଇଛି। ଦିନେଶ ଦୀର୍ଘ ଦିନରୁ ଛତିଶଗଡ ରାୟପୁରରେ ବସବାସ କରୁଥିବାରୁ ତାଙ୍କ ପାର୍ଥିବ ଶରୀର ରାୟପୁର ପହଞ୍ଚିଛି।
ଜନ୍ମସ୍ଥାନ ଲାଠୋରରେ ଦିନେଶଙ୍କ ମୃତ୍ୟୁ ଖବର ପାଇବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଦୀନେଶ ୨୦ତମ ବିବାହ ବାର୍ଷିକୀ ମନାଇବା ପାଇଁ ସ୍ତ୍ରୀ, ପୁଅ ଓ ଝିଅଙ୍କ ସହ କାଶ୍ମୀର ଯାଇଥିଲେ। ସେଠାରେ ତାଙ୍କୁ ମଧ୍ୟ ଛାଡିନଥିଲ ଆତଙ୍କବାଦୀ।
ସେହିପରି ଜମ୍ମୁ କଶ୍ମୀରର ପହଲଗାମରେ ମଙ୍ଗଳବାର ଅପରାହ୍ଣରେ ଘଟିଥିବା ଆତଙ୍କବାଦୀଙ୍କ ଗୁଳିମାଡ଼ର ଶିକାର ହୋଇଛନ୍ତି ବାଲେଶ୍ବର ଜିଲ୍ଲାର ରେମୁଣା ଇଷାଣୀ ଗାଁର ପ୍ରଶାନ୍ତ ଶତପଥୀ। ଗତକାଲି ଜନ୍ମମାଟିରେ ପ୍ରଶାନ୍ତ ଶତପଥୀଙ୍କ ମୃତଦେହ ପହଞ୍ଚିଛି।
Comments are closed.