ଅନ୍ତର୍ଜାତୀୟ ସ୍ତରରେ ପୁଣି ଜଣେ ଓଡ଼ିଆଙ୍କ କମାଲ: ‘ବେଷ୍ଟ ଡକ୍ୟୁମେଣ୍ଟାରି ସ୍ପେଶାଲ୍ ଜୁରୀ’ ସମ୍ମାନରେ ସମ୍ମାନିତ ହେଲେ ଯାଜପୁରର ହିତେଶ
ଭୁବନେଶ୍ୱର: ଅନ୍ତର୍ଜାତୀୟସ୍ତରରେ ପୁଣି କମାଲ ଦେଖାଇଛନ୍ତି ଆଉ ଜଣେ ଓଡ଼ିଆ ପୁଅ। କରୋନା ସଙ୍କଟ ସମୟରେ ନିଜ ଅନ୍ତର୍ନିହିତ କଳାକାରୀକୁ ଅନଲାଇନ୍ରେ ପ୍ରଦର୍ଶନ କରି ଲୋକଲୋଚନକୁ ଆସିଛନ୍ତି ଯାଜପୁର ଜିଲ୍ଲାର ହିତେଶ କୁମାର ସାରଙ୍ଗୀ।
ଓରିଫାର୍ମିଂ ପକ୍ଷରୁ ଏପ୍ରିଲ ୨୮ରୁ ଜୁନ୍ ୩ ପର୍ଯ୍ୟନ୍ତ ଅନଲାଇନରେ ଆୟୋଜିତ କୋଭିଡ୍-୧୯ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ବାଜି ମାରିନେଇଛନ୍ତି ହିତେଶ।
ଏହି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ସାରା ବିଶ୍ୱରୁ ପ୍ରାୟ ୮ ଶହରୁ ଅଧିକ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା । ସେଥି ମଧ୍ୟରୁ ଭାରତରୁ ୨୪୦ ଟି ଫିଲ୍ମ ପ୍ରଦର୍ଶିତ ହୋଇଥିଲା। ଏଥି ମଧ୍ୟରେ ହିତେଶଙ୍କ ଦ୍ଵାରା ପ୍ରସ୍ତୁତ ୬ ମିନିଟର ଏହି ଡକ୍ୟୁମେଣ୍ଟାରୀ ଚଳିଚିତ୍ରକୁ ପୁରସ୍କୃତ କରାଯିବା ସହ ମିଳିଛି ଢେର ପ୍ରଶଂସା ।
ଏହି ମହୋତ୍ସବରେ ହିତେଶଙ୍କର ମ୍ୟୁଜିକାଲ ପ୍ରାମାଣିକ ଚଳଚ୍ଚିତ୍ର ‘ବେଷ୍ଟ ଡକ୍ୟୁମେଣ୍ଟାରି ସ୍ପେଶାଲ୍ ଜୁରୀ’ ସମ୍ମାନରେ ସମ୍ମାନିତହୋଇଛି ।
କରୋନା ସଙ୍କଟ ସମୟରେ କୋଭିଡ ଯୋଦ୍ଧାମାନଙ୍କ ସେବା, ସାହସକୁ ଅତି ନିଖୁଣ ଭାବେ ଏହି ଫିଲ୍ମରେ ପ୍ରଦର୍ଷିତ କରିଛନ୍ତି ହିତେଶ।
ଦେଖନ୍ତୁ ହିତେଶଙ୍କର ଏହି ଭିଡ଼ିଓ…
Comments are closed.