ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ପଙ୍ଗପାଳ ଆତଙ୍କ ଦେଖା ଦେଇଛି । ବଲାଙ୍ଗିର ଜିଲ୍ଲା ମୁରିବାହଲ ବ୍ଲକ ଚଳକୀ ପଞ୍ଚାୟତରେ ଦେଖାଦେଇଛି ଏହି ପଙ୍ଗପାଳ ଆତଙ୍କ। ଏହି ଅଞ୍ଚଳର ଜଙ୍ଗଲରେ ଝିଣ୍ଟିକା ଭଳି ବଡ଼ ବଡ଼ କୀଟ ଲକ୍ଷ ଲକ୍ଷ ସଂଖ୍ୟାରେ ଦେଖିବାକୁ ମିଳୁଛି। ଚାଷୀମାନେ ଯାହାକୁ ପଙ୍ଗପାଳ ଭାବି ଆତଙ୍କିତ ହୋଇପଡିଛନ୍ତି। ଏହି କୀଟ ବାଡିବଗିଚାରେ ଥିବା ପନିପରିବା ଗଛର ପତ୍ରକୁ ଖାଇ ସଂମ୍ପୂଣ୍ଣ ଲଣ୍ଡା କରିଦେଉଥିବା କୁହାଯାଉଛି।
ଆଗକୁ ଧାନ, କପା, ଓ ଅନ୍ୟାନ୍ୟ ପନିପରିବା ଚାଷ ଆରମ୍ଭ ହେବାକୁ ଥିବାବେଳେ ଏଭଳି ଲକ୍ଷାଧିକ କୀଟଙ୍କୁ ନେଇ ଚିନ୍ତାରେ ଚାଷୀକୂଳ। ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଚଳକୀ, କର୍ଲା, ଜଏଁତରା, ଜାମିଲିସର, ବାଙ୍କେଲ. ଗୋବିନ୍ଦପୁର, ଖୁଜେନପାଲି, ହୀରାପୁର, ଆଦି ଗ୍ରାମର ଚାଷୀମାନେ ସରକାରଙ୍କୁ ଦାବି କରିଛନ୍ତି। ଏ ସମ୍ପର୍କରେ ମୁରିବାହାଲ ଏଏଓ ଅମ୍ରିତ ଲୁଗୁନ କହିଛନ୍ତି ଯେ, “ଏହି କୀଟ ପଙ୍ଗପାଳ ନୁହେଁ ଏକପ୍ରକାର ଝିଣ୍ଟିକା” । ଟିଟିଲାଗଡ ଜିଲ୍ଲା କୃଷି ଅଧିକାରୀ ବାଳକୃଷ୍ଣ ଗୌଡଙ୍କ ମତରେ ବର୍ତମାନ ଯାଏଁ ପଙ୍ଗପାଳ ଓଡିଶାକୁ ଆସିନାହାନ୍ତି।
BREAKING NEWS
- ଅବପାତରେ ପରିଣତ ହେଲା ଲଘୁଚାପ, ଓଡ଼ିଶାରେ ବର୍ଷା ସମ୍ଭାବନା
- ‘ଅର୍ଣ୍ଣବ’ ପରେ ଦକ୍ଷିଣ ଓଡ଼ିଶାରେ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିରବଚ୍ଛିନ୍ନ ବିଦ୍ୟୁତ ସେବା ସୁନିଶ୍ଚିତ କଲା TPSODL
- ବାପା-ମାଆଙ୍କ ଝଗଡ଼ା ଛଡ଼ାଇବାକୁ ଯାଇ ପୁଅର ଗଲା ପ୍ରାଣ
- ଦାଣ୍ଡରେ ପଡି ହାଟରେ ଗଡିଲା ଭାଇ-ଭଉଣୀ କଳି, ଘର ନଦେବାରୁ ବଦଳିଲା ଝିଅ ବିବାହ ଭେନ୍ୟୁ
- ଅଷ୍ଟ୍ରେଲିଆକୁ ହରାଇ ୨-୧ରେ ଟେଷ୍ଟ ସିରିଜ୍ କବ୍ଜା କଲା ଦକ୍ଷିଣ ଆଫ୍ରିକା: ସାଇମନ୍ ହାର୍ମରଙ୍କ ଚମତ୍କାର ପ୍ରଦର୍ଶନ
- ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଆକ୍ରମଣ ଅଭିଯୋଗ
- ଟ୍ରୋଲରଙ୍କୁ ଶ୍ରେୟଙ୍କା ପାଟିଲଙ୍କ କଡ଼ା ଜବାବ: ସୋସିଆଲ ମିଡିଆରେ ପୁଣି ସେୟାର କଲେ ଡ୍ୟାନ୍ସ ଭିଡିଓ
- ୮ବର୍ଷର ପ୍ରେମ ସମ୍ପର୍କରେ ମୃତ୍ୟୁର ଜବନିକା, ପ୍ରେମିକା ଘରେ ମାରପିଟ୍ ଧମକଚମକ୍, ହସ୍ପିଟାଲରେ ହାରିଲେ ଜୀବନ
- ନଭେମ୍ବର ୨ ଯାଏଁ ଗଞ୍ଜାମରେ ସ୍କୁଲ ଛୁଟି
- ଟେଷ୍ଟ କ୍ରିକେଟରେ ନୂତନ କୀର୍ତିମାନ ସ୍ଥାପନ କଲେ ରାବାଡା
Comments are closed.