Latest Odisha News

BREAKING NEWS

ଗିରଫ ହେବ ଆଉ ଏକ ଜାହାଜ, ହାଇକୋର୍ଟ ଦେଲେ ନିର୍ଦ୍ଦେଶ

ପାରାଦୀପ: ଆ‌ଉ ଏକ ଜାହାଜକୁ ଗିରଫ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ। MV ୱାଡି ଆଲବୋଷ୍ଟନ ନାମକ ଇଜିପ୍ଟ ଫ୍ଲାଗସିପ୍‌କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ହାଇକୋର୍ଟଙ୍କ ପରବର୍ତ୍ତୀ ଆଦେଶ ନ ମିଳିବା ପର୍ଯ୍ୟନ୍ତ ପାରାଦୀପ ଛାଡ଼ିପାରିବନି ଜାହାଜ। ଏଥିପାଇଁ କୁଜଙ୍ଗ ସବ୍‌ଜଜ୍‌ଙ୍କୁ ମାର୍ଶାଲ ରୂପେ ନିଯୁକ୍ତ କରାଯାଇଛି।

ଜର୍ମାନୀର ଏକ କମ୍ପାନୀ ମାଲିକଙ୍କ ଆବେଦନ ଆଧାରରେ ଏହି ନିର୍ଦ୍ଦେଶ ଦିଆଯାଇଛି। ଜାହାଜଠୁ ପ୍ରାୟ ୪ କୋଟି ଟଙ୍କା ପାଇବାକୁ ଥିବା ଦାବି କରିଥିଲେ ଏହି କମ୍ପାନୀ। ୧୫ଦିନ ତଳେ ଚୀନର ଏକ ଜାହାଜକୁ ଗିରଫ କରାଯାଇଥିଲା। ଜାହାଜଟି ଗତ ୬ ତାରିଖରେ ପାରାଦୀପରେ ପହଞ୍ଚିଥିଲା। ୫୫ ହଜାର ମେଟ୍ରିକ୍‌ ଟନ୍‌ ଲୁହାପଥର ଲୋଡ୍‌ କରି ଏମ୍‌ଭି ୱାଡି ଆଲ୍‌ବୋଷ୍ଟନ ନାମକ ଜାହାଜଟି ଚାଇନା ଅଭିମୁଖେ ଯାଇଥାନ୍ତା।

ମାତ୍ର ଜାହାଜଠୁ ପ୍ରାୟ ୪ କୋଟି ଟଙ୍କା ପାଇବାକୁ ଥିବା ଜର୍ମାନୀର ଏକ କମ୍ପାନୀ ଦାବି କରିଛି। ଉକ୍ତ କମ୍ପାନୀ ଜାହାଜ ମାଲିକଙ୍କ ନାଁରେ ମାମଲା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସୂଚନାଯୋଗ୍ୟ, ୧୫ ଦିନ ତଳେ ଚାଇନାର ଆଉ ଏକ ଜାହାଜକୁ ଗିରଫ କରାଯାଇଥିଲା।

Comments are closed.