Latest Odisha News

BREAKING NEWS

ପୁରୀ ଓ କାମାକ୍ଷା ମଧ୍ୟରେ ଚାଲିବ ଆଉ ଏକ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ପୁରୀ ଓ କାମାକ୍ଷା ମଧ୍ୟରେ ଚାଲିବ ଆଉ ଏକ ସ୍ବତନ୍ତ୍ର ଟ୍ରେନ୍ । ପୁଣି ଏକ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ନୂଆ ନିଷ୍ପତ୍ତି ଅନୁସାରେ, ଏଣିକି ଏହି ରୁଟରେ ଚଳାଚଳ କରିବ ସ୍ବତନ୍ତ୍ର ଟ୍ରେନ୍ ।

୦୫୬୪୪/୦୫୬୪୩ କାମାକ୍ଷା-ପୁରୀ-କାମାକ୍ଷା ସ୍ପେଶାଲ୍ ଟ୍ରେନ କାମାକ୍ଷା ଠାରୁ ଜୁନ ୨୪ ତାରିଖରୁ ଚଳାଚଳ କରିବ । ଏହି ସ୍ବତନ୍ତ୍ର ଟ୍ରେନ୍ ଜୁନ ୨୪ ତାରିଖରୁ ପ୍ରତ୍ୟେକ ଗୁରୁବାର ରାତି ୧୧ଟା ୪୫ ମିନିଟରେ ଛାଡିବ । ସେହିପରି ଏହି ଟ୍ରେନ ପୁରୀ ଠାରୁ ଜୁନ ୨୬ ତାରିଖରୁ ପ୍ରତ୍ୟେକ ଶନିବାର ରାତ୍ରି ୧୦ଟା ୫ ମିନିଟରେ ଛାଡିବ । ଏହି ଟ୍ରେନ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ, ଭୁବନେଶ୍ବର, କଟକ, ଯାଜପୁର କେନ୍ଦୁଝର ରୋଡ଼, ଭଦ୍ରକ ଷ୍ଟେସନ ମାନଙ୍କରେ ରହଣି କରିବ । ସେହିପରି ପୁରୀ ଓ କାମାକ୍ଷା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଯଥା ହାଓ୍ବଡ଼ା, କାଟଓ୍ବା, ମାଲଦା ଟାଉନ, ନ୍ୟୁ ଜଲପାଈଗୁଡ଼ି ଓ ନ୍ୟୁ ଅଲିପୁରଦୁଆର ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କରେ ରହଣି କରିବ ।

ଏହା ପୂର୍ବରୁ ୦୫୬୪୦/୦୫୬୩୯ କାମାକ୍ଷା-ପୁରୀ-କାମାକ୍ଷା ସ୍ପେଶାଲ୍ ଟ୍ରେନ କାମାକ୍ଷା ଠାରୁ ଜୁନ ୨୦ ତାରିଖରୁ ପ୍ରତ୍ୟେକ ରବିବାର ଦିନ ଚଳାଚଳ କରିବ ବୋଲି ଘୋଷଣା କରିଥିଲା ରେଳ ମନ୍ତ୍ରଣାଳୟ । ଏହି ସ୍ବନ୍ତ୍ର ଟ୍ରେନ୍ ପ୍ରତି ରବିବାର ସନ୍ଧ୍ୟା ୮ଟା ୧୦ରେ କାମାକ୍ଷାରୁ ଛାଡିବ । ସେହିପରି ପୁରୀ ଠାରୁ ଜୁନ ୨୨ରୁ ପ୍ରତ୍ୟେକ ମଙ୍ଗଳବାର ଦିନ ଅପରାହ୍ନ ୨ଟା ୫୫ରେ ଛାଡି ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚଳାଚଳ କରିବ ।

Leave A Reply

Your email address will not be published.