Latest Odisha News

BREAKING NEWS

ଟିଏମସି ଫେରିଲେ ମୁକୁଲ ରୟ, ୨୦୧୭ରେ ଛାଡିଥିଲେ

କୋଲକାତା: ବିଜେପି ଛାଡି ପୁଅ ଶୁଭ୍ରାଂଶୁଙ୍କ ସହ ପୂର୍ବ ଦଳ ଟିଏମସି ଫେରିଛନ୍ତି ମୁକୁଲ ରୟ।

ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ଘୋରର ଛେଲେ ଘୋର ଫିରଲୋ। ମୁକୁଲ ଅନ୍ୟମାନଙ୍କ ପରି ଦେଶଦ୍ରୋହୀ ନୁହଁନ୍ତି ବୋଲି ସେ କହିଛନ୍ତି।

ଏନେଇ ମୁକୁଲ କହିଛନ୍ତି ଯେ “ବିଜେପି ଛାଡିବା ପରେ ମୋର ପୁରୁଣା ସହକର୍ମୀଙ୍କୁ ଦେଖି ମୁଁ ବହୁତ ଭଲ ଅନୁଭବ କରୁଛି। ମୁଁ ବିଜେପିରେ ରହିପାରିବି ନାହିଁ।” ସେ ମମତାଙ୍କୁ ବଙ୍ଗଳା ଏବଂ ଭାରତର ଏକମାତ୍ର ନେତା ବୋଲି ମଧ୍ୟ କହିଛନ୍ତି।

ମମତା ବାନାର୍ଜୀଙ୍କ ସହ ମୋର କୌଣସି ମତଭେଦ ନଥିବା କହିଛନ୍ତି।ତେବେ ସାମ୍ବାଦିକ ସମ୍ମିଳନୀର ଏକ ଘଣ୍ଟା ପୂର୍ବରୁ ଶ୍ରୀ ରୟ ତ୍ରିନାଥ ଭବନକୁ ଯାଇଥିଲେ ଏବଂ ପରେ ୨୦୧୭ ମସିହାରେ ସେ ଛାଡିଥିବା ବିଲ୍ଡିଂରେ ଥିବା ତାଙ୍କ ପୁରୁଣା କୋଠରୀକୁ ମଧ୍ୟ ଯାଇଥିଲେ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.