Latest Odisha News

ପୁଣି କୋଟାରେ ଜୀବନ ହାରିଲେ ଛାତ୍ର; ନିଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ

କୋଟା:କୋଟାରେ ପୁଣି ଜଣେ ଛାତ୍ର ଜୀବନ ହାରିଲେ । ସେଠାରେ ରହି ନିଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ଛାତ୍ର ଜଣକ ଗତକାଲି ରାତିରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରଙ୍କ ନାଁ ତନବୀର ଏବଂ ସେ ଉତ୍ତରପ୍ରଦେଶ ନିବାସୀ । ତେବେ ସେ କୌଣସି କୋଚିଂ ସଂସ୍ଥାରେ ପଢୁ ନ ଥିଲେ । ନିଜେ ନିଜେ ସେଲ୍ଫ ଷ୍ଟଡି କରୁଥିଲେ । ତନବୀରଙ୍କ ବାପା ମୋହମ୍ମଦ ହୁସେନ ନିଜେ ମଧ୍ୟ କୋଟାରେ ରହି ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଙ୍କୁ ପଢାଉଥିଲେ ।

କୋଟାର କି କୁହ୍ନାଡୀ ଇଲାକାରେ ତନବୀର ନିଜ ବାପା ଏବଂ ଭଉଣୀଙ୍କ ସହ ରହୁଥିଲେ । ଗତ ଏକ ବର୍ଷ ଧରି କୋଟାରେ ରହି ଛାତ୍ର ଜଣକ ନିଟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ଗତରାତିରେ ସେ ତାଙ୍କ ଭଉଣୀଙ୍କୁ ପୋଷାକ ବଦଳାଇବାକୁ ଯାଉଛି କହି ରୁମକୁ ଯାଇଥିଲେ । ଏହା ପରେ ସେ କବାଟ ଖୋଲି ନ ଥିଲେ । ଭଉଣୀଙ୍କର ସନ୍ଦେହ ହେବାରୁ ସେ କବାଟ ବାଡେଇଥିଲେ । ନ ଖୋଲିବାରୁ କବାଟ ଭାଙ୍ଗି ପଶିଥିଲେ । ହେଲେ ସେତେବଳକୁ ତନବୀର ଫାଶି ଦେଇ ଝୁଲି ପଡିଥିଲେ । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନାଥାଉ କି, ଚଳିତବର୍ଷ କୋଟାରେ ୨୭ ଜଣ ଛାତ୍ର ଆତ୍ମହତ୍ୟା କରି ସାରିଲେଣି । ଚଳିତମାସରେ ମଧ୍ୟ ଜଣେ ଛାତ୍ର ଛାତରୁ ଡେଇଁ ଆତ୍ମହତ୍ୟା କରିବା ପରେ ପରୀକ୍ଷା ସ୍ଥଗିତ ରଖାଯାଇଥିଲା ।  ଚଳିତ ସେପ୍ଟେମ୍ବରରେ ଏଠାରେ ୪ ଜଣ ଛାତ୍ର ଆତ୍ମହତ୍ୟା କଲେଣି ।

କୋଟାକୁ ଭବିଷ୍ୟତ ଗଢିବା ପାଇଁ ଯାଉଥିବା ଛାତ୍ର ଶେଷରେ ଜୀବନ ହାରୁଛନ୍ତି  ଯାହା ଏବେ ବଡ ଚିନ୍ତାର  କାରଣ ହୋଇଛି ।

Leave A Reply

Your email address will not be published.