Latest Odisha News

BREAKING NEWS

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଗୋପାଳଚନ୍ଦ୍ର ପ୍ରହରାଜଙ୍କ ୧୫୦ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମୀ ଓ ପ୍ରହରାଜ ପ୍ରତିଭା ପୂଜା ପରିଷଦଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ପ୍ରହରାଜଙ୍କ ୧୫୦ତମ ଜୟନ୍ତୀ ପାଳିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷୀକେଶ ମଲ୍ଲିକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସାରସ୍ୱତ କାର୍ଯ୍ୟକ୍ରମରେ ବିଶିଷ୍ଟ ଔପନ୍ୟାସିକ ଓ ପ୍ରହରାଜଙ୍କ ନାତି ଶାନ୍ତନୁ କୁମାର ଆଚାର୍ଯ୍ୟ ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ପ୍ରଶାସକ ତଥା ଲେଖକ ବିଜୟ ଚନ୍ଦ୍ର ଜେନା ସମ୍ମାନିତ ଅତିଥି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକ ଦିଲୀପ ରାଉତରାଏ ବିଶିଷ୍ଟ ଅତିଥି ଏବଂ ସଂଘମିତ୍ରା ଭଞ୍ଜ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ।

ଓଡ଼ିଆ ଭାଷାକୋଷରୁ ଭାଷାର ଆନନ୍ଦ ମିଳିଥାଏ ବୋଲି ମୁଖ୍ୟ ଅତିଥି ଶ୍ରୀ ପ୍ରହରାଜ ମତ ଦେଇଥିଲେ। ବିଶିଷ୍ଟ ଅତିଥୁ ନିର୍ଦ୍ଦେଶକ ଶ୍ରୀ ରାଉତରାଏ କହିଥଲେ ଯେ ମଧୁବାବୁଙ୍କ ପ୍ରେରଣା ଭିତରୁ ଜନ୍ମ ନେଇଥିଲା ଓଡ଼ିଆ ଭାଷାକୋଷ । ସମ୍ମାନିତ ଅତିଥ ଶ୍ରୀ ଜେନା କହିଥିଲେ ଯେ ପ୍ରହରାଜଙ୍କ ଭାଷାକୋଷକୁ ଗାନ୍ଧୀ ଓ ରବୀନ୍ଦ୍ରନାଥ ଠାକୁର ଦେଖୁ ପ୍ରଶଂସା କରିଯାଇଛନ୍ତି । ଏକାଡେମୀ ପକ୍ଷରୁ କହିଥିଲେ ଯେ ପ୍ରହରାଜଙ୍କ ଭାଷାକୋଷକୁ ଗାନ୍ଧୀ ଓ ରବୀନ୍ଦ୍ରନାଥ ଠାକୁର ଦେଖ୍ ପ୍ରଶଂସା କରିଯାଇଛନ୍ତି । ଏକାଡେମୀ ପକ୍ଷରୁ ଭାଷାକୋଷର ନୂତନ ସଂସ୍କରଣ ପ୍ରକାଶ କରାଯାଇ ସୁଲଭ ମୂଲ୍ୟରେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ଯୋଗାଇ ଦିଆଯିବା ଆବଶ୍ୟକ । ମୁଖ୍ୟ ବକ୍ତା ଡକ୍ଟର ଭଞ୍ଜ କହିଥିଲେ ଯେ ଗୋପାଳ ପ୍ରହରାଜ କଟକ ଟ୍ରେନିଂ କଲେଜର ଅଧ୍ୟକ୍ଷ ହଣ୍ଡରସନ୍‌ଙ୍କ ଦ୍ଵାରା ପ୍ରେରିତ ହୋଇ ପ୍ରହରାଜ ଭାଷାକୋଷ ପ୍ରଣୟନକୁ ଜୀବନର ବ୍ରତ କରିଥିଲେ ବୋଲି ସେ ମତ ଦେଇଥିଲେ । ଡକ୍ଟର ମଲ୍ଲିକ ତାଙ୍କ ସଭାପତି ଅଭିଭାଷଣରେ କହିଥିଲେ ଯେ ଓଡ଼ିଶାର ତିନୋଟି ଅମରକୃତି ହେଉଛି କୋଣାର୍କ, ଓଡ଼ିଆ ଭାଗବତ ଓ ପ୍ରହରାଜଙ୍କ ଭାଷାକୋଷ ।

ଏକାଡେମୀର ଉପବିଭାଗ ଅଧିକାରୀ ସଞ୍ଜୟ ଛୁଆଳସିଂହଙ୍କ ପ୍ରାରମ୍ଭିକ ଭାଷଣ ଓ ଅତିଥି ପରିଚୟ ଦେଇଥିଲେ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଓଝାଙ୍କ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହା ସହ ପୀୟୂଷ ରଞ୍ଜନ ପରିଡ଼ା ପ୍ରତିଭା ପୂଜା ପରିଷଦର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଏବଂ ପିତାମ୍ବର ମହାପତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ରଘୁନାଥ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ, ଭାଷାପ୍ରେମୀ ଓ ଗଣମାଧମର ପ୍ରତିନିଧି ଯୋଗଦେଇଥିଲେ।

 

Leave A Reply

Your email address will not be published.