Latest Odisha News

BREAKING NEWS

କୋଟାରେ ନିଟ୍ ଆଶାୟୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଚାପ ଯୋଗୁଁ ଆତ୍ମହତ୍ୟା ସନ୍ଦେହ

ଜୟପୁର: କୋଟାରେ ପୁଣି ଜଣେ ନିଟ ଆଶାୟୀଙ୍କ ଆତ୍ମହତ୍ୟା। ରାଜସ୍ଥାନ କୋଟା କୋଚିଂ ସେଣ୍ଟରରେ ଆଶାୟୀଙ୍କ ଆତ୍ମହତ୍ୟା ବଢି ଚାଲିଛି। ଜଣେ ୧୮ବର୍ଷୀୟ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଗତବର୍ଷ ଏହି କୋଚିଂ ସେଣ୍ଟରରେ ମୋଟ ୨୬ଜଣ ଆଶାୟୀ ଆତ୍ମହତ୍ୟା କରିଥିଲେ।
ମୃତ ଛାତ୍ରଜଣକ ଉତ୍ତରପ୍ରଦେଶ ମୁରାଦାବାଦ ଅଞ୍ଚଳର ମହମ୍ମଦ ଜୈଦ। ସେ ନିଟ୍ ପାଇଁ ପ୍ରସ୍ତୁତ ହେଉଥିଲେ। ବର୍ଷେ ହେଲା କୋଟାର ନ୍ୟୁ ରାଜୀବ ଗାନ୍ଧୀ ନଗର ସ୍ଥିତ କଞ୍ଚନ ରେସିଡେନ୍ସିରେ ରହୁଥିଲେ । ସେ ଗତଥର ପରୀକ୍ଷାରେ କୃତକାର୍ଯ୍ୟ ହୋଇନଥିବା ବେଳେ ଦ୍ୱିତୀୟ ଥର ପାଇଁ ପରୀ‍କ୍ଷା ଦେବାକୁ ପ୍ରସ୍ତୁତ ହେଉଥିଲେ। ତେବେ ସେ ମାନସିକ ଅବସାଦରେ ଥିବା ଅନୁମାନ କରାଯାଉଛି।ପୋଲିସ ହଷ୍ଟେଲରୁ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।

ମୃତ ଛାତ୍ରଙ୍କ ସାଙ୍ଗଙ୍କ କହିବା ଅନୁଯାୟୀ, ମହମ୍ମଦ ଅଧିକାଂଶ ସମୟରେ ରାତିରେ ପାଠ ପଢ଼ନ୍ତି ଏବଂ ଦିନରେ ଖାଇବା ପରେ ଶୋଇ ପଡନ୍ତି । ହେଲେ ଆଜି ମହମ୍ମଦକୁ ଫୋନ କରିବାରୁ ସେ ଉଠାଇନଥିଲେ। କୌଣସି ଉତ୍ତର ନ ଦେବାରୁ ସନ୍ଦେହ ବଢିଥିଲା। ହଷ୍ଟେଲ ୱାର୍ଡେନ କବାଟ ବାଡେଇଥିଲେ ବି ସେ ଖୋଲି ନଥିଲେ। ବାଧ୍ୟହୋଇ କବାଟ ଭାଙ୍ଗିବାକୁ ପଡଥିଲା। ପରେ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।
ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।ଏଥିସହ ଘଟଣାସ୍ଥଳରୁ କୌଣସି ସୁଇସାଇଡ ନୋଟ ମିଳିନଥିବା ପୋଲିସ ପକ୍ଷରୁ କୁହାଯାଇଛି । ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ।

Leave A Reply

Your email address will not be published.