Latest Odisha News

BREAKING NEWS

ଚିନ୍ତା ବଢାଉଛନ୍ତି ସୁରଟ ଫେରନ୍ତା, ଗଞ୍ଜାମରେ ପୁଣି ଜଣେ କରୋନା ପଜିଟିଭ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ ପୁଣି ଜଣେ ବ୍ୟକ୍ତି କରୋନା ଦ୍ଵାରା ସଂକ୍ରମିତ ହୋଇଛନ୍ତି। ସେ ନିକଟରେ ସୁରଟରୁ ଫେରିଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜଣାପଡିଛି।

ଏକ ଟ୍ବିଟ ଜରିଆରେ ମଙ୍ଗଳବାର ଦିନ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ଯେ ସମ୍ପୃକ୍ତ ବ୍ୟକ୍ତି ଜଣକ ୧୮ ବର୍ଷ ବୟସ୍କ ଯୁବକ ଏବଂ ସେ ସୁରଟ ଫେରନ୍ତା। ଯାହାଙ୍କୁ ସରକାରୀ କ୍ବାରେନଣ୍ଟାଇନ କେନ୍ଦ୍ରରେ ରଖାଯାଇଥିଲା।

ସେହିପରି ନିକଟରେ ସୁରଟରୁ ଫେରିଥିବା ଦୁଇ ଜଣ ଯୁବକ ଏହି ଭାଇରସ ଦ୍ଵାରା ସଂକ୍ରମିତ ହୋଇଥିଲେ।

ସରକାରୀ ସୂତ୍ର ଅନୁଯାୟୀ, ଗଞ୍ଜାମକୁ ଫେରିବା ପାଇଁ ପ୍ରାୟ ୩ ଲକ୍ଷ ପ୍ରବାସୀ ପଞ୍ଜୀକୃତ କରାଇଛନ୍ତି। ଆହୁରି ମଧ୍ୟ ରାଜ୍ୟକୁ ଆସୁଥିବା ପ୍ରବାସୀଙ୍କ ସମସ୍ୟାର ସମାଧାନ ତଥା ଜିଲ୍ଲା ପ୍ରଶାସନକୁ ସହାୟତା କରିବାକୁ ଓଡିଶା ସରକାର ସୋମବାର ଦିନ ପାଞ୍ଚ ଜଣ ଓଏଏସ ଅଧିକାରୀଙ୍କୁ ନିୟୋଜିତ କରିଛନ୍ତି।

 

Leave A Reply

Your email address will not be published.