Latest Odisha News

BREAKING NEWS

ରାଜ୍ୟର ଆଉ ଦୁଇ ବିଧାୟକ କରୋନା ପଜିଟିଭ୍‌

ଭୁବନେଶ୍ୱର: ପୁଣି ଦୁଇ ବିଧାୟକ କରୋନା ପଜଟିଭ୍ ଚିହ୍ନଟ ହୋଇଛନ୍ତି । ଆଜି କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଓ ପାଟଣାଗଡ ବିଧାୟକ ସରୋଜ ମେହେର କରୋନା ସଂକ୍ରମିତ ହୋଇଛନ୍ତି । ଏ ନେଇ ଦୁହେଁ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ନିଜର କରୋନା ଟେଷ୍ଟ କରାଇ ନେବାକୁ ସେମାନେ ଅନୁରୋଧ କରିଛନ୍ତି ।

BjdElectrycity

ଅଧିବେଶନ ପୂର୍ବରୁ ଜଣଙ୍କ ପରେ ଜଣେ ବିଧାୟକ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି । ଏଯାଏଁ ପ୍ରାୟ ୨୫ ଜଣ ବିଧାୟକ ଓ ତିନି ସାଂସଦ କରୋନା ସଂକ୍ରମିତ ହୋଇସାରିଲେଣି । ତେବେ ଅଧିବେଶନର ୪୮ ଘଣ୍ଟା ପୂର୍ବରୁ ସବୁ ବିଧାୟକଙ୍କ କରୋନା ଟେଷ୍ଟ ହେବ ବୋଲି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.