Latest Odisha News

BREAKING NEWS

ତିର୍ତ୍ତୋଲ ବିଧାୟକଙ୍କ ସହ ଭାଇରାଲ ହେଉଥିବା ଏ ମହିଳା ଜଣଙ୍କ ପୁଣି କିଏ?

ଜଗତସିଂହପୁର: ପୁଣି ଚର୍ଚ୍ଚାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ। ପ୍ରେମିକା ସୋମାଲିକାଙ୍କୁ ନେଇ ବିବାଦ ଘେରରେ ଛନ୍ଦି ହୋଇଥିବା ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅଙ୍କର ଆଉ ଏକ ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ବିଧାୟକ ଏବଂ ଅନ୍ୟ ଜଣେ ଯୁବତୀ ଅନ୍ତରଙ୍ଗ ମୁହୂର୍ତ୍ତରେ ଥିବା ଦେଖିବାକୁ ମିଳିଛି। ସୋଶିଆଲ ମିଡିଆରେ ଯେଉଁ ସମୟରେ ଏହି ଫଟୋ ଭାଇରାଲ ହୋଇଛି ତାହା ନିଆଁରେ ଏକ ପ୍ରକାର ଘିଅ ଢ଼ାଳିଛି।

ମିଳିଥିବା ସୂଚନା ଅନୁଯାୟୀ ଫଟୋରେ ଭାଇରାଲ ହୋଇଥିବା ଯୁବତୀ ଜଣଙ୍କ ବିବାହିତ। ତାଙ୍କର ସନ୍ତାନ ମଧ୍ୟ ରହିଛି। ହେଲେ ପାରିବାରିକ ବିବାଦ କାରଣରୁ ସ୍ୱାମୀଠାରୁ ଅଲଗା ରହୁଛନ୍ତି। ତେହେ ଯୁବତୀଙ୍କ ଘର କେଉଁଠି ସ୍ପଷ୍ଚ ହୋଇନାହିଁ। ହେଲେ ବିଧାୟକ ଯେତେବେଳେ ବିବାଦରେ ରହିଛନ୍ତି ସେତେବେଳେ ସଂପୃକ୍ତି ଯୁବତୀଙ୍କ ସହ ଭେଟଘାଟ କିପରି ହେଲା ତାହା ଏବେ ବଡ଼ ପ୍ରଶ୍ନ। ସେହିପରି ବିଧାୟକଙ୍କ ଏହି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ହେବା ପଛରେ କେହି ଜଣେ ନିଜ ଲୋକ ଥିବା ଚର୍ଚ୍ଚା ହେଉଛି। ଯିଏକି ଘର ଢିଙ୍ଗି କୁମ୍ଭୀରା ସାଜିଛି।

ଆଗକୁ ବିଧାନସଭା ଓ ଲୋକସଭା ନିର୍ବାଚନ ରହିଛି। ଏହାପୂର୍ବରୁ ବିଜେଡିର ଏହି ବିଧାୟକ ବିବାଦରେ ଫସିବା ପରେ ବିରୋଧୀ ମଧ୍ୟ ବିଧାୟକଙ୍କ ଗିରଫ ଦାବି କରିଛନ୍ତି। ଆଉ ପୋଲିସ ସୋମାଲିକା ମାମଲାରେ ଚୁପ୍ ବସିଥିବାରୁ ବିରୋଧୀ ରାଜରାସ୍ତାରେ ବିଧାୟକଙ୍କ ଗିରଫଦାରୀ ଦାବି କରି ହୁଲୁସ୍ତଲ କରୁଛନ୍ତି।

ନିକଟରେ ସୋମାଲିକା ବିଧାୟକଙ୍କ ନାଁରେ ବିଭିନ୍ନ ଅଭିଯୋଗ ଆଣି ଏତଲା ଦେଇଥିଲେ। ହେଲେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ପରେ ହାଇକୋର୍ଟ ଏତଲା ରଖିବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପୋଲିସ ସୋମାଲିକାଙ୍କ ବୟାନ ରେକର୍ଡ କରିଛି।

ବିଧାୟକ ଭାବେ ନିର୍ବାଚିତ ହେବା ପରେ ବିଜୟ ଶଙ୍କର ଦାସ ଓ ତାଙ୍କ ପ୍ରେମିକା ସୋମାଲିକାଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଦୀର୍ଘଦିନର ପ୍ରେମ ସମ୍ପର୍କ ଓ ବିବାହ ପ୍ରତିଶ୍ରୁତି ପରେ ବିଜୟ ଶଙ୍କର ତାଙ୍କୁ ଧୋକ୍କା ଦେଇଥିବା ନେଇ ଗତବର୍ଷ ମେ’ ୧୩ରେ ଜଗତସିଂହପୁର ସଦର ଥାନାରେ ଏତଲା ଦେଇଥିଲେ ସୋମାଲିକା । ହେଲେ ମାମଲା ଗ୍ରହଣ କରିନଥିଲା ପୋଲିସ୍‌।

 

Comments are closed.