Latest Odisha News

BREAKING NEWS

ସଫ୍ଟବଲ ଚାମ୍ପିୟନଶିପ ଉଦଯାପିତ: ପୁରୁଷ ବିଭାଗରେ ଆନ୍ଧ୍ରପ୍ରଦେଶ, ମହିଳାରେ ମହାରାଷ୍ଟ୍ର ଚାମ୍ପିୟନ

ପୁରୀ: ତାଳବଣିଆ ସ୍ପୋର୍ଟ୍ସ କମ୍ପେ୍ଲକ୍ସରେ ୪୪ତମ ସର୍ବ ଭାରତୀୟ ସଫ୍ଟ ବଲ ଚାମ୍ପିୟନଶିପ ଉଦଯାପିତ ହୋଇଯାଇଛି । ମହିଳା ବିଭାଗରେ ମହାରାଷ୍ଟ୍ର ଓ ପୁରୁଷ ବିଭାଗରେ ଆନ୍ଧ୍ରପ୍ରଦେଶ ଚାମ୍ପିୟନ ହୋଇଛନ୍ତି । ୨ଟି ଯାକ ବିଭାଗରେ ପଞ୍ଜାବ ଟିମ ରନର୍ସଅପ ହୋଇଛି । ବାଳକ ବିଭାଗ ଫାଇନାଲରେ ଆନ୍ଧ୍ରପ୍ରଦେଶ ୧-୦ରେ ପଞ୍ଜାବକୁ ଓ ବାଳିକା ବିଭାଗରେ ମହାରାଷ୍ଟ୍ର ୫-୦ରେ ପଞ୍ଜାବକୁ ପରାସ୍ତ କରିଥିଲା । ମହିଳା ବିଭାଗରେ ଶ୍ରେଷ୍ଠ ପିଚର ଭାବେ ମହାରାଷ୍ଟ୍ରର ସ୍ୱପ୍ନାଳୀ ଭାଇତାଣ୍ଡୁ ଓ ଶ୍ରେଷ୍ଠ କ୍ୟାଚର ଭାବେ ଐଶ୍ଚର୍ଯ୍ୟା ପୁରୀ ପୁରସ୍କୃତ ହୋଇଥିଲେ ।

ପୁରୁଷ ବିଭାଗରେ ଶ୍ରେଷ୍ଠ ପିଚର ଭାବେ ସୁରେଶ, ଆନ୍ଧ୍ରପ୍ରଦେଶର ରାମ ବାବୁ ଓ ଶ୍ରେଷ୍ଠ ଖେଳାଳି ଭାବେ ଆନ୍ଧ୍ରପ୍ରଦେଶ ସାଗର ବାବୁ ପୁରସ୍କୃତ କରାଯାଇଥିଲା । ଭାରତର ବିଭିନ୍ନ ରାଜ୍ୟରୁ ୨୬ଟି ପୁରୁଷ ଓ ୨୪ଟି ମହିଳା ଦଳ ଏଥିରେ ଅଂଶଗ୍ରହଣ କରିଥିଲେ ।   ଓଡିଶା ଲିଫ୍ଟ ଇରିଗେଶନ କର୍ପୋରେଶନର ଅଧ୍ୟକ୍ଷ ଅମରେଶ ପତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିୟନ ଟିମକୁ ଟ୍ରଫି ପ୍ରଦାନ କରିଥିଲେ । ପୁରୀ ଜିଲ୍ଲା ପ୍ରଶାସନର ସହଯୋଗ ତଥା ରାଜ୍ୟ ସଫ୍ଟ ବଲ ସଂଘ ପକ୍ଷରୁ ଏହି ପ୍ରତିଯୋଗିତା ପରିଚାଳନା କରାଯାଇଥିଲା ।

Leave A Reply

Your email address will not be published.