Latest Odisha News

ରାଜ୍ୟଗୋଷ୍ଠୀ କ୍ରୀଡା: ରେସଲିଂରେ ଭାରତ ପାଇଁ ପ୍ରଥମ ପଦକ ଜିତିଲେ ଅଂଶୁ, ରୌପ୍ୟରେ ସନ୍ତୁଷ୍ଟ

ବର୍ମିଂହାମ: ଭାରତର ଷ୍ଟାର ମହିଳା ରେସଲର ଅଂଶୁ ମଲିକ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଦେଶ ପାଇଁ ରେସଲିଂରେ ପ୍ରଥମ ପଦକ ଆଣିଛନ୍ତି । ୫୭ କେଜି ଫ୍ରିଷ୍ଟାଇଲ ବିଭାଗର ଫାଇନାଲରେ ଅଂଶୁ ନାଇଜେରିଆର ଓଡୁନାୟୋ ଫୋଲାସାଡେ ଆଡେକୁଓରେୟୋଙ୍କ ନିକଟରୁ ୭-୩ରେ ପରାଜିତ ହୋଇଥିଲେ । ସେ ରୌପ୍ୟରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଥିବା ବେଳେ ଓଡୁନାୟୋ ସ୍ୱର୍ଣ୍ଣ ଜିତିଛନ୍ତି । କ୍ୱାର୍ଟର ଫାଇନାଲରେ ଅଷ୍ଟ୍ରେଲିଆର ଇରେନେ ସାୟେମେନୋଡିସଙ୍କୁ ଏବଂ ସେମିରେ ଶ୍ରୀଲଙ୍କାର ନେଥେମି ପୋରୁଥାଟଗୋଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ ।

ଆନ୍ତର୍ଜାତୀୟ ରେସଲର ଧର୍ମବୀର ମଲିକଙ୍କ ଝିଅ ଅଂଶୁ କ୍ୟାଡେଟ ୱାର୍ଲ୍ଡ ରେସଲିଂରେ ୩ଥର ପଦକ ଜିତିଛନ୍ତି । ୬୦ କେଜି ବିଭାଗରେ ୨୦୧୬ ଓ ୧୮ରେ ବ୍ରୋଞ୍ଜ ଏବଂ ୨୦୧୭ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏସିଆନ ରେସଲିଂ ଚାମ୍ପିୟନଶିପ ୨୦୨୧ରେ ସେ ସ୍ୱର୍ଣ୍ଣ ପଦକ ହାତେଇଥିଲେ ।

Leave A Reply

Your email address will not be published.