Latest Odisha News

BREAKING NEWS

ରଥଯାତ୍ରା ଦିନକ ପୂର୍ବରୁ ଆକ୍ଟିଭ୍‌ ହେଲା ଆଣ୍ଟି ଡ୍ରୋନ୍‌ ସିଷ୍ଟମ, ଉଡୁଥିବା ଡ୍ରୋନ ଖସାଗଲା

ପୁରୀ:ରଥଯାତ୍ରା ଦିନକ ପୂର୍ବରୁ ପୁରୀ ଶ୍ରୀମନ୍ଦିରରେ କାର୍ଯ୍ୟକ୍ଷମ ହେଲା ଆଣ୍ଟିଡ୍ରୋନ ବ୍ୟବସ୍ଥା । ପ୍ରଥମ ଦିନରେ ନିଷ୍କ୍ରିୟ ହେଲା ଶ୍ରୀମନ୍ଦିର ନିକଟରେ ଉଡୁଥିବା ଡ୍ରୋନ । ଗୋଟିଏ ଡ୍ରୋନ ଜବତ କରିଛି ପୋଲିସ । ପୋଲିସ ଡ୍ରୋନ ଉଡାଉଥିବା ବ୍ୟକ୍ତିଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ଶ୍ରୀମନ୍ଦିର ନୋ ଫ୍ଲାଇଙ୍ଗ୍‌ ଜୋନ୍‌ରେ ଡ୍ରୋନ୍‌କୁ ନିଷ୍କ୍ରିୟ କରିବା ପାଇଁ ଆଣ୍ଟି ଡ୍ରୋନ୍‌ ସିଷ୍ଟମ ଆରମ୍ଭ ହୋଇଛି । ଏହାଫଳରେ ଏକ ନେଟ୍‌ୱର୍କ କ୍ଷେତ୍ର ସୃଷ୍ଟି ହେବ । ଏହି ସିଷ୍ଟମ ବେଆଇନ ଭାବରେ ଡ୍ରୋନ୍‌ ଉଡ଼ିଲେ ଏହାକୁ ଚିହ୍ନଟ କରି ତୁରନ୍ତ ନିଷ୍କ୍ରିୟ କରିବ ।

ସୂଚନାଥାଉକି, ଶ୍ରୀମନ୍ଦିର ଦକ୍ଷିଣ ଦ୍ଵାର ନିକଟରେ ଉଡୁଥିବା ଡ୍ରୋନକୁ ଖସାଇଛି ଆଣ୍ଟିଡ୍ରୋନ । ପୋଲିସ ଆଣ୍ଟି ଡ୍ରୋନ ଟେକ୍ନୋଲୋଜି ଦ୍ୱାରା ଡ୍ରୋନକୁ ଖସାଇଲା । ସମ୍ପୃକ୍ତ ଡ୍ରୋନକୁ ଜବତ କରିଛି ପୋଲିସ । କେଉଁ ଉଦେଶ୍ୟରେ ଡ୍ରୋନ ଉଡ଼ାଉଥିଲା ସେ ନେଇ ଚାଲିଛି ତଦନ୍ତ ।

Comments are closed.