Latest Odisha News

BREAKING NEWS

ସ୍ଵାଭିମାନ ଅଞ୍ଚଳରେ ମାଓ ବିରୋଧୀ ପୋଷ୍ଟର

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ଲାଗିଲା ମାଓ ବିରୋଧୀ ପୋଷ୍ଟର। ଆନ୍ଧ୍ର କ୍ୟାଡର ମାଓନେତାଙ୍କ ଅତ୍ୟାଚାରକୁ ବିରୋଧ କରି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି ।

BjdElectrycity

ବିଶେଷ କରି ସ୍ୱାଭିମାନ ଅଞ୍ଚଳରେ ସରକାରଙ୍କ ପକ୍ଷରୁ ଉନ୍ନୟନମୂଳକ କାର୍ଯ୍ୟ ଚାଲୁଥିବା ବେଳେ ମାଓବାଦୀମାନେ ଏହାକୁ ବିରୋଧ କରୁଥିବା ନଜିର ରହିଛି । ବହୁ ସମୟରେ ବିକାଶମୂୂୂଳକ କାମ ବାଧାପ୍ରାପ୍ତ ହେଉଛି।

ଏଥିସହ ମାଓ ସଂଗଠନରେ ଅଣ ଓଡ଼ିଆ ମାଓ ନେତାମାନେ ସଂଗଠନରେ କାର୍ଯ୍ୟ କରୁଥିବା ଓଡ଼ିଆ ଆଦିବାସୀମାନଙ୍କ ଉପରେ ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଆଦିବାସୀମାନେ ଏକତ୍ରିତ ହୋଇ ସ୍ୱାଭିମାନ ଅଞ୍ଚଳର ବିଭିନ୍ନ ଗ୍ରାମରେ ମାଓ ବିରୋଧୀ ପୋଷ୍ଟର ଲଗାଇଥିବା ଜଣା ପଡ଼ିଛି ।

Leave A Reply

Your email address will not be published.