Latest Odisha News

BREAKING NEWS

ପରଲୋକରେ ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନା

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି  ଜୟଦେବ ଜେନାଙ୍କ ପୁଅ ତଥା ପୂର୍ବତନ ଯୁବ କଂଗ୍ରେସ ସଭାପତି ସଂଗ୍ରାମ ଜେନାଙ୍କ ପରଲୋକ ।  ୪୪ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। କୋଭିଡ୍ ପରବର୍ତ୍ତୀ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ହାଇଦ୍ରାବାଦରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ସାନ ଭାଇ ମନୋଜ ଜେନା ଏହି ସୂଚନା ଦେଇଛନ୍ତି।

BjdElectrycity

ସଂଗ୍ରାମ ଜେନା କୋଭିଡ୍‌ରେ ଆକ୍ରାନ୍ତ ହୋଇଥିଲେ। ବହୁ ଦିନ ତାଙ୍କର ଭୁବନେଶ୍ୱରରେ ଚିକିତ୍ସା ହୋଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ଗତ ମେ ୨୩ ତାରିଖରେ ତାଙ୍କୁ ଭୁବନେଶ୍ୱରରୁ ହାଇଦ୍ରାବାଦ ଏୟାରଲିଫ୍ଟ କରାଯାଇଥିଲା । ଭୁବନେଶ୍ୱରରେ ଇକମୋ ଚିକିତ୍ସା ଉପଲବ୍ଧ ନଥିବାରୁ ରାଜ୍ୟ ବାହାରକୁ ସ୍ଥାନାନ୍ତର କରାଯାଇଥିଲା । ଭୁବନେଶ୍ୱରରେ ଭେଣ୍ଟିଲେଟରରେ ପାଖାପାଖି ୩ ସପ୍ତାହ ଚିକିତ୍ସିତ ହୋଇଥିଲେ ସଂଗ୍ରାମ।

୮୪ ଦିନ ହେଲା ଇକ୍‌ମୋ ଚିକିତ୍ସାରେ ରହିଥିଲେ ସଂଗ୍ରାମ ଜେନା। ତେବେ ଆଜି ସକାଳେ ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଯାଇଛି ।ସଂଗ୍ରାମ ଜେନାଙ୍କ ବିୟୋଗରେ ଓଡିଶା କଂଗ୍ରସରେ ଶୋକର ଛାୟା। ଦଳ ଜଣେ ଯୁବ ନେତାଙ୍କୁ ହରାଇଲା। ବହୁ ନେତା ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି। ସଂଗ୍ରାମଙ୍କ ମୃତଦେହକୁ ଓଡ଼ିଶା ଅଣାଯିବ ବୋଲି ସୂଚନା ମିଳିଛି।

ଛାତ୍ର ଜୀବନରୁ ରାଜନୀତିରେ ଯୋଗ ଦେଇଥିଲେ ସଂଗ୍ରାମ । ବିଜେବି କଲେଜରେ ପଢ଼ିବା ବେଳେ ୧୯୯୬-୯୭ ଯାଏ ସେ ଥିଲେ ଛାତ୍ର ସଂସଦ ସାଧାରଣ ସମ୍ପାଦକ । ୧୯୯୮-୯୯ରେ ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ସଭାପତି ପଦରେ ଲଢ଼ି ପରାସ୍ତ ହୋଇଥିଲେ ସଂଗ୍ରାମ ।

ଏହାପରେ କଂଗ୍ରେସର ଜଣେ ଉଦୀୟମାନ ଛାତ୍ର ନେତା ଭାବରେ ଉଭା ହୋଇଥିଲେ । ସେ ଛାତ୍ର କଂଗ୍ରେସର ବହୁ ଦାୟିତ୍ୱ ସୂଚାରୂ ରୂପେ ତୁଲାଇଥିଲେ । ୨୦୧୪ରେ କଂଗ୍ରେସ ଟିକେଟରେ ଭଦ୍ରକ ଲୋକସଭା ଆସନରୁ ଲଢ଼ି ପରାଜୟର ସାମନା କରିଥିଲେ ସଂଗ୍ରାମ ଜେନା । ତାଙ୍କ ବିୟୋଗ ଓଡ଼ିଶା କଂଗ୍ରେସ ପାଇଁ ଏକ କ୍ଷତି ।

Leave A Reply

Your email address will not be published.