Latest Odisha News

BREAKING NEWS

ରୋଷେଇ ବେଳେ ଫାଟିଲା ଗ୍ୟାସ୍ ଟାଙ୍କି, ନିଆଁ ଲାଗି ୭ ଆହତ

ଖୋର୍ଦ୍ଧା: ରୋଷେଇ ବେଳେ ଗ୍ୟାସ୍ ଟାଙ୍କିରେ ଲାଗିଲା ନିଆଁ । ପରେ ଫାଟିବାରୁ ୭ ଜଣ ଗୁରୁତର ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ରମ୍ଭାରୀମୁଣ୍ଡା ଗାଁରେ ଏହି ଘଟଣା ଘଟିଛି । ଗାଁର ରବୀନ୍ଦ୍ର ପ୍ରଧାନଙ୍କ ଘରେ ରୋଷେଇ ଚାଲିଥିବା ବେଳେ ହଠାତ୍ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗିଥିଲା ।

ନିଆଁ ଲଭାଇବା ପାଇଁ ଏକାଠି ହୋଇଥିଲେ ୬-୭ ଜଣ ଲୋକ । ଏତିକିବେଳେ ଗ୍ୟାସ୍ ଟାଙ୍କିଟି ଫାଟି ଯାଇଥିଲା । ଏଥିରେ ୭ ଜଣ ଆହତ ହୋଇଛନ୍ତି । ସେମାନଙ୍କ ଭିତରୁ କିଛି ଲୋକଙ୍କର ଅବସ୍ଥା ଗୁରୁତର ରହିଛି ।

ସେମାନକଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଓ କଟକ ସ୍ଥାନାନ୍ତର କରାଯାଇଛି । ଘରେ ବି ନିଆଁ ଲାଗିଯାଇଥିଲା । ଖବର ପାଇଁ ବାଣପୁରରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Leave A Reply

Your email address will not be published.