Latest Odisha News

BREAKING NEWS

ଭୋଟ୍ ବର୍ଜନ ଲାଗି ମାଓବାଦୀଙ୍କ ପୋଷ୍ଟର ଜାରି

ସୁନ୍ଦରଗଡ: ଭୋଟ୍ ବର୍ଜନ ଲାଗି ମାଓବାଦୀଙ୍କ ପକ୍ଷରୁ ଝାଡଖଣ୍ଡ-ଓଡିଶା ସୀମା ନିକଟସ୍ଥ ସରଣ୍ଡା ଜଙ୍ଗଲ ପାଖରେ ସୋମବାର ଦିନ ମାଓ ପୋଷ୍ଟର ଓ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି।

ପ୍ରାପ୍ତ ସୂଚନାନୁଯାୟୀ, ଆଜି ସକାଳେ ସ୍ଥାନୀୟ ବାସିନ୍ଦା ଉକ୍ତ ଅଞ୍ଚଳରେ ଅନେକ ମାଓବାଦୀ ପୋଷ୍ଟର ଲାଗିଥିବା ଦେଖିବାକୁ ପାଇଥିଲେ । ପରେ ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ । ଏହି ପୋଷ୍ଟର ଓ ବ୍ୟାନର ଗୁଡିକରେ ହିନ୍ଦୀ ଭାଷା ଲେଖା ହୋଇଥିବା ବେଳେ ନିର୍ବାଚନକୁ ବର୍ଜନ କରିବାକୁ ଆହ୍ୱାନ କରାଯାଇଛି ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଉକ୍ତ ପୋଷ୍ଟର ଗୁଡିକୁ ଜବତ କରିଛି । ଏହାବ୍ୟତିତ ସିଆରପିଏଫ୍ ଓ ଡିଭିଏଫ୍ ଅଧିକାରୀ ଉକ୍ତ ଅଞ୍ଚଳରେ କମ୍ବିଂ ଅପରେସନ୍ ଆରମ୍ଭ କରାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.