Latest Odisha News

BREAKING NEWS

ସୋସିଆଲ୍ ମିଡିଆରେ ପୁଣି ଭାଇରାଲ ହେଲା ଆନନ୍ଦ ବଜାର ଭିତର ଫଟୋ

ପୁରୀ: ଶ୍ରୀ ଜଗନ୍ନାଥ ମନ୍ଦିରର ଆନନ୍ଦ ବଜାରର ଏକ ଫଟୋ ସୋମବାର ଦିନ ପୁଣିଥରେ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି ।

ପ୍ରାପ୍ତ ସୂଚନାନୁଯାୟୀ ପିଣ୍ଟୁ ମହାପାତ୍ର ନାମକ ଜଣେ ଯୁବକ ନିଜ ଫେସବୁକ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିଛନ୍ତି। ଉକ୍ତ ଫଟୋରେ ଆନନ୍ଦ ବଜାରରେ ମହାପ୍ରସାଦ ସହ ସେଲଫି ଉଠାଯାଇଥିବା ଦେଖିବାକୁ ମିଳିଛି ।

ଆହୁରି ମଧ୍ୟ ସମ୍ପୃକ୍ତ ଯୁବକ ଜଣକ ଗତ ଅଗଷ୍ଟ ୧୯ ତାରିଖରେ ନିଜ ଫେସବୁକ୍ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିଥିଲେ ।

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୮ ତାରିଖରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରର ଏକ ଭିଡିଓ ଟିକଟକ୍ ଭାଇରାଲ ହୋଇଥିଲା ।ଯାହାକୁ ନେଇ ସେସମୟରେ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ଉପରେ ଏକପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

 

Leave A Reply

Your email address will not be published.